ଯୁବକଙ୍କ ମୁଣ୍ଡ ଉପରେ ଚଢ଼ିଗଲା କଲେଜ୍ ବସ୍

Mar 18, 2025 - 19:34
 44

ଭୁବନେଶ୍ୱର: ଭୁବନେଶ୍ୱର ଘାଟିକିଆ ଅଞ୍ଚଳରେ ଜଣେ ଯୁବକଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଏକ ଘରୋଇ କଲେଜ୍ ବସ୍। ବସ୍ ଚଢ଼ିବାରୁ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ସ୍ଥାନୀୟ ପାଇକରାପୁରର ସୌମ୍ୟ ରଂଜନ ସାହୁ। ନିଜ ଦୋକାନ ଖୋଲିବାକୁ ଜଗନ୍ନାଥ ବିହାର ଯାଉଥିଲେ ସୌମ୍ୟ। ବେପରୁଆ ଗାଡ଼ି ଚାଳନାକୁ ଦାଇ କରି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ। ସଂପୃକ୍ତ କଲେଜ୍ ଭରଣପୋଷଣ ଦେବାକୁ ଦାବି କରି ଶବ ଧରି ରାସ୍ତାରୋକ କେଲେ ଉତ୍ତ୍ୟକ୍ତ ଲୋକେ।