ଗଣମାଧ୍ୟମ ବ୍ୟକ୍ତିଙ୍କୁ ଆକ୍ରମଣ ନିନ୍ଦନୀୟ

Jun 4, 2023 - 17:20
 10
ଗଣମାଧ୍ୟମ ବ୍ୟକ୍ତିଙ୍କୁ ଆକ୍ରମଣ ନିନ୍ଦନୀୟ

କଟକ : କଟକ ସଦର ୪୨ ମୌଜା ଦଧିବାମନପୁର ଠାରେ ଘଟିଥିବା ମୋ ବସ ଏକ ଯାତ୍ରୀ ସହ ଦୁର୍ଘଟଣା ଓ ଯତ୍ରୀର ମୃତ୍ୟୁ ଘଟିବା ପରି ଅଞ୍ଚଳ ଲୋକେ ଉତ୍ୟକ୍ତ ହୋଇ ମୋ ବସକୁ ଅଟକାଉ ଥିବାବେଳେ ବୈଦୁତିକ ଗଣ ମାଧ୍ୟମ ପ୍ରତିନିଧି ଦୀପକ ଆଚାର୍ଯ୍ୟ ଖବର ସଂଗ୍ରହ କରିଥିବା ସମୟରେ ସାମ୍ୱାଦିକ ଙ୍କ ଉପରେ ଅଯଥା ଆକ୍ରମଣ ନିନ୍ଦନୀୟ । ଏହି ଅମାନବୀୟ ଘଟଣାକୁ ଅତି ଦୁଃଖଦ ଘଟଣା ଓ ଅତି ନୀନ୍ଦନୀୟ,ଏଥିପ୍ରତି ପ୍ରଶାସନ ଦୋଷୀ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଯୁବ ସାମ୍ୱାଦିକ ଚନ୍ଦନ ମହାନ୍ତି ଏବଂ ସାମ୍ୱାଦିକ ମହଲରେ ଦାବୀ ହୋଇଛି