ଆସନ୍ତା ୩ ଦିନ ଭିତରେ ୮ ରୁ ୧୦ ଡିଗ୍ରୀ ସେଲସିୟସ ବଢ଼ିପାରେ ଓଡ଼ିଶାର ତାପମାତ୍ରା
ଭୁବନେଶ୍ବର: ଆସନ୍ତା ୩ ଦିନ ଭିତରେ ୮ ରୁ ୧୦ ଡିଗ୍ରୀ ସେଲସିୟସ ବଢ଼ିପାରେ ଓଡ଼ିଶାର ତାପମାତ୍ରା। ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ ରାଜ୍ୟର କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରକୁ ଯିବା ସମ୍ଭାବନା ରହିଛି। ଗତ ଦୁଇ ଦିନ ବର୍ଷା ଓ କୋହଲା ପାଗ ଯୋଗୁ ରାଜ୍ୟରେ ତାପମାତ୍ରା ୧୫-୧୬ ଡିଗ୍ରୀ ଖସି ଯାଇଥିଲା । ଭୁବନେଶ୍ବର ଓ କଟକରେ ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିଲା।