ମାଟ୍ରିକ ବୋର୍ଡ ପରୀକ୍ଷା ଆରମ୍ଭ

Feb 21, 2025 - 21:46
 1

ଭୁବନେଶ୍ୱର: ଆରମ୍ଭ ହେଲା ମାଟ୍ରିକ ବୋର୍ଡ ପରୀକ୍ଷା। ସକାଳ ୯ଟାରୁ ଓଡ଼ିଶାର ୩ ହଜାର ୧୩୩ଟି ସେଣ୍ଟରରେ ହେଉଛି ପରୀକ୍ଷା । ରାଜ୍ୟର ୫ ଲକ୍ଷ ୨୨ ହଜାର ୩୬୬ ଛାତ୍ରଛାତ୍ରୀ ଦେବେ ପରୀକ୍ଷା। ପ୍ରଶ୍ନପତ୍ର ଲିକ୍‌ ରୋକିବାକୁ ସିସିଟିଭି ଲାଇଭ୍‌ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା କରାଯାଇଛି। ପ୍ରଶ୍ନପତ୍ରର ସୁରକ୍ଷା ଓ ସୁପରିଚାଳନା ଉପରେ ଗୁରୁତ୍ବ ଦିଆଯାଉଛି। ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।