ବାଲେଶ୍ୱର ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା  ସମ୍ମିଳନୀ କକ୍ଷରେ ସୁଧାକର ସେଠୀଙ୍କ ରଚିତ ନାଟକ ସଚେତନ ମୁଲକ ନାଟକ ରେବତୀ ଆଜିବି ଲଢୁଛି ଅଭିନୀତ.

Jan 31, 2026 - 23:09
 24
ବାଲେଶ୍ୱର ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା  ସମ୍ମିଳନୀ କକ୍ଷରେ ସୁଧାକର ସେଠୀଙ୍କ ରଚିତ ନାଟକ ସଚେତନ ମୁଲକ ନାଟକ ରେବତୀ ଆଜିବି ଲଢୁଛି ଅଭିନୀତ.


ବାଲେଶ୍ୱର ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା  ସମ୍ମିଳନୀ କକ୍ଷରେ ଦିବା ୧୨. ୩୦ ଘଟିକାରେ କବି ସୁଧାକର ସେଠୀଙ୍କ ରଚିତ, ଗୋପାମୁଦ୍ରା ମହାପାତ୍ରଙ୍କ ଦ୍ୱାରା ନିର୍ଦେଶିତ ସଚେତନ ଧର୍ମୀ ନାଟକ ରେବତୀ ଆଜିବି ଲଢୁଛି ପ୍ରଦର୍ଶିତ ହୋଇଯାଇଛି। ଏଥିରେ 'ପ୍ରତିବିମ୍ବ ସମାଜର" ନାଟ୍ୟ ଅନୁଷ୍ଠାନର କଳାକାର ମାନେ ଅଭିନୟ କରିଥିଲେ। ଗାଁ ମାମଲତକାର  ଧଡ଼ିଆ ଚରିତ୍ରରେ ପ୍ରଫୁଲ୍ଲ କୁମାର ଦାସ, ରୂଢିବାଦୀ ପଣ୍ଡିତ ଚକରାନ୍ନା ଭୂମିକାରେ ବ୍ୟଙ୍ଗ କବି ପ୍ରଭାକର ସାହୁ, ସାମଜିକ କର୍ମୀ ଜାଗା ଭୂମିକାରେ..

କବି ଦିବ୍ୟଲୋଚନ ମହାପାତ୍ର, ସ୍ଥାନୀୟ ଚିକିତ୍ସାଳୟର ମୁଖ୍ୟ ଡାକ୍ତର ଭୂମିକାରେ କବି ସୁଧାକର ସେଠୀ ସାମ୍ବାଦିକ ଭୂମିକାରେ କଞ୍ଜମଣୀ ସ୍ୱାଇଁ, ଗାଉଁଲି  ମରହଟିଆ ଚରିତ୍ରରେ ଦନା ଭୂମିକାରେ.. କବି ଜୁମରନାଥ ପାତ୍ର,ଗାଉଁଲି ସରଳ ମହିଳା ଚରିତ୍ର ରେ କବି ସୁବ୍ରତା ମହାନ୍ତି, ଅଷ୍ଟମ ଶ୍ରେଣୀ ଛାତ୍ରୀ  ରେବତୀ ଭୂମିକାରେ . ସଂଯୁକ୍ତା ମିଶ୍ର, କଲେଜ ଝିଅ ମିତା ଭୂମିକାରେ  ଇପ୍ସିତା ସ୍ୱାଇଁ, ଦ୍ଵିତୀୟ କଲେଜ ଝିଅ  ଡଲି ଭୂମିକାରେ. ବର୍ଷା ପ୍ରିୟଦର୍ଶିନୀ ସ ଅଭିନୟ ଉଚ୍ଚ ପ୍ରଶଂସିତ ହୋଇଥିଲା।

ନାବାଳିକା କନ୍ୟା ବିବାହର କୁ ପରିଣାମକୁ ସୁନ୍ଦର ନାଟକୀୟ ଭଙ୍ଗୀରେ ପ୍ରତିବିମ୍ବ ସମାଜର ନାଟ୍ୟକଳାକାର ମାନେ ଉପସ୍ଥାପିତ କରିଥିଲେ। ଏଭଳି ନାଟକ ସମାଜର ଆଇନା ବୋଲି ଉପସ୍ଥିତ ମୁଖ୍ୟ ଅତିଥି ଜିଲ୍ଲାପରିଷଦ ଅଧକ୍ଷ ନାରାୟଣଚନ୍ଦ୍ର ପ୍ରଧାନ ଅଭିଭାଷଣରେ ରଖିଥିଲେ। ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ ତରଫରୁ ସମସ୍ତ କଳାକାରଙ୍କୁ ମାନପତ୍ର ପ୍ରଦାନକରାଯାଇ ସମ୍ବୋର୍ଦ୍ଧିତ କରାଯାଇଥିଲା। ପରିଶେଷରେ ନାଟ୍ୟନୁଷ୍ଠାନର କଳାକାରଙ୍କ ଦ୍ୱାରା ସମସ୍ତଙ୍କୁ ନାବାଳିକା ବିବାହ ରୋକିବାକୁ ଶପଥ ପାଠ କରାଯାଇଥିଲା।