ଓଡ଼ିଶା ବିକାଶ ମହାମଞ୍ଚର ତୃତୀୟ ପ୍ରତିଷ୍ଠା ଦିବସ

Jan 26, 2026 - 00:39
 23
ଓଡ଼ିଶା ବିକାଶ ମହାମଞ୍ଚର ତୃତୀୟ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର ତା ୨୫.୧.୨୬ ରାଜ୍ୟର ଏକ ଅଗ୍ରଣୀ ସାମାଜିକ ସଂଗଠନ ଓଡ଼ିଶା ବିକାଶ ମହାମଞ୍ଚର ତୃତୀୟ ପ୍ରତିଷ୍ଠା ଦିବସ ବୁଦ୍ଧ ମନ୍ଦିର ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ସଦସ୍ୟମାନେ ରାମ ମନ୍ଦିର ଛକରେ ଏକତ୍ରିତ ହୋଇ ପବିତ୍ର ନେତାଜୀ ଜୟନ୍ତୀରେ   ଶୋଭାଯାତ୍ରାରେ ଉତ୍ସବ ସ୍ଥଳ ବୁଦ୍ଧ ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରିଥିଲେ।ଉପଦେଷ୍ଟା ଶ୍ରୀ ସୁଦର୍ଶନ ସାହୁ ପତାକା ପ୍ରଦର୍ଶନ କରି ଏହି ଶୋଭାଯାତ୍ରାକୁ ଉଦଘାଟନ କରିଥିଲେ। ବୁଦ୍ଧ ମନ୍ଦିର ପରିସରରେ ରାଜ୍ୟସ୍ତରୀୟ ସମାଜସେବୀ ସମ୍ମିଳନୀ ଓ ଓଡ଼ିଶାର ଵିକାଶରେ ସମାଜସେଵୀମାନ ଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର  ସଭାପତି ପ୍ରଣବ ଛୋଟରାୟଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ ହୋଇଥିଲା। ଡଃ ନିରଞ୍ଜନ ରାଉତ ଓ ଆଡଭୋକେଟ୍ ଶ୍ରୀ ପ୍ରଦୀପ ଦାଶ ଅତିଥି ଭାବରେ ଯୋଗଦାନ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଜବାବ ଲିୟାକତ ଅଲ୍ଲୀ, ପ୍ରକାଶ ମହାପାତ୍ର, ଶ୍ରୀ ରୁଦ୍ର ପ୍ରସାଦ ସାହୁ, ଜୀତେନ୍ଦ୍ର କୁମାର ତ୍ରିପାଠୀ , ଉମାଶଙ୍କର ଜେନା, ଇନ୍ଦ୍ରମଣି ବିଶ୍ୱାଳ, ଶ୍ରୀମତୀ ଅଞ୍ଜନା ସାହୁ, ଶୁଭେନ୍ଦୁ ମହାନ୍ତି, ଦିଲୀପ ପଟ୍ଟନାୟକ,ଜନାଵ ଜଲୁଲ ଖାଁ ପ୍ରଭୃତି ବକ୍ତଵ୍ୟ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମାଜ ସେଵା କ୍ଷେତ୍ରରେ ଓଡ଼ିଶାର ୪ ଜଣ ପ୍ରତିଭାଧର ବ୍ୟକ୍ତିଙ୍କୁ ଶ୍ରେଷ୍ଠ ସମାଜସେବୀ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ଉତ୍ସବରେ ଉଦଘାଟକ ଭାବରେ  ବିଶିଷ୍ଟ କବି ରାଜନୀତିଜ୍ଞ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ, ମୁଖ୍ୟ ଅତିଥି ଭାବରେ ପ୍ରଫେସର ଡଃ ଶଶାଙ୍କ ଶେଖର ଚୁଡ଼ାମଣି, ସମ୍ମାନୀତ ଅତିଥି ଭାବରେ ଡଃ ମମତା ମହାନ୍ତି ଓ ଡଃ ପୃଥିରାଜ ପାହାଡ଼ ସିଂହ ଓ ମୁଖ୍ୟ ବକ୍ତା ଭାବରେ ବାତାୟନର ସଂପାଦକ ଡଃ ସତ୍ୟବ୍ରତ ଜେନା ପ୍ରମୁଖ ଯୋଗଦାନ କରି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିବା ସହ ଲାୟନ୍ସ ଦେବାଶୀଷ ପଟ୍ଟନାୟକଙ୍କ ରେଡ୍ ସ୍ୱସ୍ତିକ ଅନୁଷ୍ଠାନ ପକ୍ଷରୁ ପ୍ରଦତ୍ତ ଆଶାବାଡ଼ି ଓ କମ୍ବଳ ୧୦ ଜଣ ଦୃଷ୍ଟି ହୀନ ବ୍ୟକ୍ତି ତଥା ୩୨,ଜଣ ଆର୍ଥିକ ଅସ୍ୱଛଳ ବ୍ୟକ୍ତିମାନ ଙ୍କୁ ବଣ୍ଟନ କରିଥିଲେ।‌ସମାଜସେବା କ୍ଷେତ୍ରରେ ଉତ୍ସର୍ଗୀକୃତ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରାଜକିଶୋର ବରାଳ, ବିଶିଷ୍ଟ ଶଲ୍ୟ ଚିକିତ୍ସକ ଓ ପ୍ରଯୋଜକ ଡାକ୍ତର ବିଶ୍ୱନାଥ ପଟ୍ଟନାୟକ , ସମାଜସେବୀ ଓ  ସାଇ ଅର୍ଥୋର ପ୍ରତିଷ୍ଠାତା ଶ୍ରୁ୍ ଶତୃଘ୍ନ ସ୍ୱାଇଁ ଓ ସମାଜସେବୀ ଲାୟନ୍ସ ଶ୍ରୀ ଦେବାଶୀଷ ପଟ୍ଟନାୟକଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବାପାଇଁ ଅତିଥିମାନଙ୍କ ଦ୍ୱାରା ଉତ୍ତରୀଯ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ଶ୍ରୀ ପ୍ରକାଶ ମହାପାତ୍ର ମାନପତ୍ର ପାଠ, ସଂପାଦକ ସତ୍ୟଜିତ ମହତାବ ବାର୍ଷିକ ବିବରଣୀ ପାଠ ଓ ଶୀତେନ୍ଦ୍ର ବଳିୟାର ସିଂହ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶ୍ରୀମତୀ ପୁଷ୍ପଲତା ମିଶ୍ର, ଶ୍ରୀ ନୀଳମଣି ମିଶ୍ର,ଶ୍ରୀ ଘନଶ୍ୟାମ ବେହେରା ଦିଲ୍ଲୀପ କାନୁନଗୋ, ନାରଦ ଚନ୍ଦ୍ର ସାହୁ, ସନାତନ ଦାସ ପ୍ରମୁଖ।