ପ୍ରତିବର୍ଷ ପରି ଏଥର ରଜରେ ଆରମ୍ଭ ହେଲା ଜୀ ସାର୍ଥକର ସାମାଜିକ ସଚେତନତା ଅଭିଯାନ ‘ନାଲି ବିନ୍ଦୁ’

Jun 13, 2024 - 22:52
 13
ପ୍ରତିବର୍ଷ ପରି ଏଥର ରଜରେ ଆରମ୍ଭ ହେଲା ଜୀ ସାର୍ଥକର ସାମାଜିକ ସଚେତନତା ଅଭିଯାନ ‘ନାଲି ବିନ୍ଦୁ’

ଭୁବନେଶ୍ୱର: ଓଡିଶାର ସବୁଠୁ ଲୋକପ୍ରିୟ ଓଡିଆ ମନୋରଂଜନ ଚ୍ଯାନେଲ୍, ଜୀ ସାର୍ଥକ ସବୁବେଳେ ଦର୍ଶକଙ୍କ ପସନ୍ଦକୁ ଗୁରୁତ୍ବ ଦେବା ସହିତ ଓଡିଆ ପର୍ବପର୍ବାଣୀ ଓ ପରମ୍ପରାକୁ ଗୁରୁତ୍ବ ଦେବା ସହ ବିଭିନ୍ନ ପ୍ରୋଗ୍ରାମ ମାଧ୍ୟମରେ ସାମାଜିକ ସଚେତନତା ଶୃତସ୍ଥି କରିଥାଏ । ତେବେ ଆଗକୁ ରଜ ଉତ୍ସବ ଉପଲକ୍ଷେ ମଧ୍ୟ ଜାରି ରହିବ ଏହି ବିଶେଷ ଧାରା । ଏହି ଉତ୍ସବକୁ ଆହୁରି ଖାସ କରିବା ପାଇଁ ଜୀ ସାର୍ଥକ ନେଇ ଆସିଛି ଏକ ବିଶେଷ କାର୍ଯ୍ୟକ୍ରମ ଯାହାର ନାଁ ରହିଛି ‘ନାଲି ବିନ୍ଦୁ’। ତେବେ ନାଲି ବିନ୍ଦୁ ଏକ କାର୍ଯ୍ୟକ୍ରମ ନୁହେଁ, ଏକ ସାମାଜିକ ସଚେତନତା । ପ୍ରତିବର୍ଷ ପରି ଏ ବର୍ଷ ରଜ ପର୍ବରେ ମଧ୍ୟ ଜୀ ସାର୍ଥକ ତା'ର ନାଲି ବିନ୍ଦୁ ଅଭିଯାନ ମାଧ୍ୟମରେ ଋତୁସ୍ରାବ ଜନିତ ଭ୍ରମାତ୍ମକ ବିଚାରଧାରା ବିରୁଦ୍ଧରେ ଏକ ସଚେତନତା ବାର୍ତ୍ତା ଭିଡିଓ ମାଧ୍ୟମରେ ଜାରି କରିଛି । ଏହି ଭିଡିଓରେ ଋତୁସ୍ରାବ ସମୟରେ ଛାଇ ଓ ଛୁଆଁ-ଅଛୁଆଁ ନେଇ ରହିଥିବା ଭ୍ରାନ୍ତ ଧାରଣା ଦୂର କରିବା ପାଇଁ ଚେଷ୍ଟା କରାଯାଇଛି । ଆମେ ଆଶା କରୁଛୁ ଏଇ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଚେତନ କରିବାରେ ସହାୟକ ହେବ । ରଜପର୍ବରେ ପୃଥିବୀ ରଜସ୍ବଳା ହେଉଥିବା ବିଶ୍ୱାସ ରହିଥିବା ବେଳେ ସେହି ସମୟରେ ଏଭଳି ଏକ ବିଶେଷ ଅଭିଯାନ ଆରମ୍ଭ କରି ଜୀ-ସାର୍ଥକ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି ବୋଲି ନାଲି ବନ୍ଦୁ ଟିମ୍‌ ପକ୍ଷରୁ କୁହାଯାଇଛି। ଜୀ-ସାର୍ଥକର ଏହି ଅଭିଯାନ ପୂର୍ବ ବର୍ଷମାନଙ୍କରେ ବହୁତ ସାରା ଆୱାର୍ଡ ଜାତୀୟସ୍ତରରେ ପାଇବା ସହ ଦର୍ଶକ ମାନଙ୍କ ଦ୍ୱାରା ଉଚ୍ଚ ପ୍ରସଂଶିତ ହୋଇଥିଲା । ଋତୁସ୍ରାବ ଜନିତ ଭ୍ରମାତ୍ମକ ବିଚାରଧାରା ବିରୁଦ୍ଧରେ ଏହିଁ ସଚେତନତା ସୃଷ୍ଟି କରିବାର ପ୍ରଚେଷ୍ଟା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ଶ୍ରୀ ପ୍ରତୀକ ସିଲ୍ ପ୍ରକାଶ କରିଛନ୍ତି ।