ଯାଜପୁର ର ହିତେଶ ଙ୍କୁ ମିଳିଲା "ଶ୍ରୀଜୟଦେବ ସମ୍ମାନ ୨୦୨୫"

Aug 5, 2025 - 23:21
 1
ଯାଜପୁର ର ହିତେଶ ଙ୍କୁ ମିଳିଲା "ଶ୍ରୀଜୟଦେବ ସମ୍ମାନ ୨୦୨୫"

ଚଳଚ୍ଚିତ୍ର ନିର୍ମାଣ କରିବା, ଜାତୀୟ ଅନ୍ତର୍ଜାତୀୟ ସ୍ତର ରେ ପ୍ରତିଯୋଗିତା ରେ ଭାଗ ନେଇ ପୁରସ୍କୃତ ହେବା,  ପ୍ରାୟତଃ ଏକ ଚଳଚ୍ଚିତ୍ର ନିର୍ମାତା ର ସମସ୍ତ ପରିଶ୍ରମ ଓ ଚେଷ୍ଟା ର ସଫଳତା ମନେ ହୁଏ। କିନ୍ତୁ ନିଜ ମାଟି ରେ ସେ ସଫଳତା ଯେବେ ସମ୍ମାନ ନେଇ ଆସେ, ତାର ସ୍ୱାଦ ସତେ ନିଆରା । 

୦୩ ଅଗଷ୍ଟ ୨୦୨୫ ରେ "କୋରାଇ ମଣ୍ଡଳ ସାହିତ୍ୟ ସଂସଦ" ତରଫରୁ ଆୟୋଜିତ "ଶ୍ରୀଜୟଦେବ ଉତ୍ସବ - ୨୦୨୫" କାର୍ଯ୍ୟକ୍ରମରେ ରେ ପ୍ରସିଦ୍ଧ ସାହିତ୍ୟିକ, ଓଡ଼ିଆ ଭାଷା ର ଜ୍ଞାନୀ ଗୁଣି ବିଦ୍ୱାନଙ୍କ ମଧ୍ୟ ରେ ବ୍ୟାସନଗର, ଯାଜପୁର ରୋଡ ବାସୀ ପ୍ରସିଦ୍ଧ ତବଲା ବାଦକ ସ୍ବର୍ଗତଃ ପ୍ରଫୁଲ୍ଲ କୁମାର ମହାପାତ୍ର ଙ୍କ ନାତି, ବିଶିଷ୍ଠ ଚାରୁ କରୁକଳା ରେ ନିପୁଣ ଚିତ୍ରଶିଳ୍ପୀ ନିବେଦିତା ମହାପାତ୍ର ଙ୍କ ପୁତ୍ର ହିତେଶ କୁମାର ଙ୍କୁ, ନିଜର ଏହି ଦୀର୍ଘ ୧୦ ବର୍ଷ ମଧ୍ୟ ରେ ୮୪  ରୁ ତଦୁର୍ଦ୍ଧ କ୍ଷୁଦ୍ର, ଅତିକ୍ଷୁଦ୍ର, ପ୍ରାମାଣିକ ଓ ସାମାଜିକ ବାର୍ତ୍ତା ଦେଉଥିବା ଚଳଚ୍ଚିତ୍ର ନିର୍ମାଣ ଓ ୫୦ ରୁ ଅଧିକ ରାଜ୍ୟ, ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତର ରେ ଓଡ଼ିଆ ଭାଷା ର ଚଳଚ୍ଚିତ୍ର ପ୍ରଦର୍ଶନ, ଓଡ଼ିଆ ଭାଷା ର ବିକାଶ ଓ ଉନ୍ନତି ପାଇଁ କରିଥିବା ସଫଳ ପ୍ରୟାସ ପାଇଁ "ଶ୍ରୀଜୟଦେବ ସମ୍ମାନ ୨୦୨୫" ସମ୍ମାନ ରେ ସମ୍ମାନିତ କରାଯାଇଥିଲା। 

ଏହି କାର୍ଯ୍ୟକ୍ରମ ରେ ଡ଼. ସୂର୍ଯ୍ୟମଣି ଖୁଣ୍ଟିଆ, ଶ୍ରୀଯୁକ୍ତ ଦୟାନିଧି ନାୟକ, ଶ୍ରୀଯୁକ୍ତ ବାଇଧର ମାଝୀ, ଶ୍ରୀଯୁକ୍ତ ବିନୋଦ ବିହାରୀ ସାହୁ, ପ୍ରାକ୍ତନ ଅଧ୍ୟକ୍ଷ ଶିବ ଚରଣ ମାଝୀ, ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ରାଉତ, ଅଧ୍ୟକ୍ଷ ଡ଼. ମୋହନ ଚରଣ ଖୁଣ୍ଟିଆ, ଡ଼. ନନ୍ଦ କିଶୋର ସିଂହ, ଡ଼. ରାଜ କିଶୋର ପାଢ଼ୀ, ପଣ୍ଡିତ ବିରେନ୍ଦ୍ର କୁମାର ଶତପଥୀ, ଡା. ରୁଦ୍ର ନାରାୟଣ ପୃଷ୍ଟି, ଡ଼. ଅଶୋକ କୁମାର ସିଂହ ପରି ମାନ୍ୟଗଣ୍ୟ ଗୁଣି ବିଦ୍ୱାନଙ୍କ ଉପସ୍ଥିତି ସହ ଏହି ସମ୍ମିଳନୀ ରେ ଓଡିଶା ର ଗର୍ବ ଓ ଗୌରବ ଶ୍ରୀଜୟଦେବ ଙ୍କ ଓଡ଼ିଆ ସାହିତ୍ୟ ପାଇଁ ଅବଦାନ, ଗୀତଗୋବିନ୍ଦ ଓ ଶ୍ରୀଜଗନ୍ନାଥଙ୍କ ଭକ୍ତିବାଣୀରେ ଉତ୍ସବ ମୁଖରିତ ହୋଇଉଠିଥିଲା।  

ତାଙ୍କର ଚଳଚ୍ଚିତ୍ର ମଧ୍ୟରୁ "ଶ୍ରୀ ଜଗନ୍ନାଥ, ଅଭିମାନିନୀ, ବିଜୟିନୀ, ମହିରୂହ, ଜୟ ତୁ ଜୟ ତୁ ଭାରତମ, ମା ପରି କିଏ ହବ" ରାଜ୍ୟ କି ଦେଶ ନୁହେଁ, ଲଣ୍ଡନ ଓ ସିଡ୍ନୀ ପରି ଅନ୍ତର୍ଜାତୀୟ ସ୍ତର ରେ ଅନେକ ପୁରସ୍କାର ସହ ଅନେକ ଭଲପାଇବା ସାଉଁଟିଛି। 

ହିତେଶ ତାଙ୍କ ସଫଳତା ପଛରେ ତାଙ୍କ ମା ଙ୍କୁ ସବୁ ଶ୍ରେୟ ଦିଅନ୍ତି। ତାଙ୍କ ପରିବାର ଏକ କଳାକାର ପରିବାର ହୋଇଥିବାରୁ ତାଙ୍କର ପିଲାବେଳୁ ଚଳଚିତ୍ର ଦେଖିବା ଓ ତିଆରି କରିବା ଏକ ସ୍ବପ୍ନ ହୋଇ ଆରମ୍ଭ ହୋଇଥିଲା ଆଉ ଆଜି ସେ ସଫଳତା ର ଏକ ଶୀର୍ଷ ରେ ପହଞ୍ଚି କେବଳ ଆମ ରାଜ୍ୟ ନୁହେଁ ଦେଶ ପାଇଁ ମଧ୍ୟ ଗୌରବ ଆଣିଛନ୍ତି।