ଶ୍ରୀମନ୍ଦିର ଉପରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍‌

Jan 5, 2025 - 22:38
 3
ଶ୍ରୀମନ୍ଦିର ଉପରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍‌

ପୁରୀ: ଆଜି ସକାଳୁ ପୁରୀ ଶ୍ରୀମନ୍ଦିର ଉପରେ ଉଡ଼ିଲା ସନ୍ଦିଗ୍ଧ ଡ୍ରୋନ୍‌। ଭୋର ୪ଟା ୧୦ରେ ଡ୍ରୋନ୍ ଉଡ଼ିବା ଦେଖାଯାଇଛି। ପ୍ରାୟ ଅଧ ଘଣ୍ଟାଏ ଧରି ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ନୋ ଫ୍ଲାଇଂ ଜୋନ୍‌ରେ କିଏ ଡ୍ରୋନ୍ ଉଡ଼ାଇଲା ଅସ୍ପଷ୍ଟ ରହିଛି। ପ୍ରଥମେ ମେଘନାଦ ପାଚେରୀ ଚାରିପଟେ ବୁଲିଲା, ପରେ ଦଧିନଉତି ଓ ନୀଳଚକ୍ର ଉପରେ ଉଡ଼ିଲା ଡ୍ରୋନ୍।