ଓଡ଼ିଆଙ୍କ ତ୍ରାଣକର୍ତ୍ତା ବ୍ୟସକବି ଫକୀରମୋହନ ସେନାପତିଙ୍କ ଜନ୍ମଦିନରେ ସୃଷ୍ଟି ପକ୍ଷରୁ ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ...
ବାଲେଶ୍ୱର ସଦର ବ୍ଲକ ଗେଙ୍ଗୁଟି ଗ୍ରାମପଞ୍ଚାୟତର ନବଗଠିତ ସମାଜ ପ୍ରତି ସମର୍ପିତ ସାମାଜିକ ଅନୁଷ୍ଠାନ ସୃଷ୍ଟି ପକ୍ଷରୁ ଉକ୍ତ ପଞ୍ଚାୟତର ଓଡ଼ିଆ ଭାଷା ସାହିତ୍ୟର ରକ୍ଷାକର୍ତ୍ତା ବ୍ୟସକବି ଫକୀରମୋହଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପଳାସପୁର ଗ୍ରାମର ଜନଜାତି ଉପଜାତି ବସ୍ତିରେ ଅସହାୟ ବ୍ୟକ୍ତିଙ୍କୁ
କମ୍ବଳ ବଣ୍ଟନ ସହ ପାଳିତ ହୋଇଥିଲା। ଏଥିସହିତ ସେହିବସ୍ତିର କୁନିକୁନି ପିଲାମାନଙ୍କୁ ପାଠ୍ୟ ଉପକରଣ ଓ ଖେଳ ସାମଗ୍ରୀ ସଂଗଠନ ତରଫରୁ ପ୍ରଦାନକରାଯାଇ ଥିଲା। ବ୍ୟସକବିଙ୍କ ସମର୍ପିତ ଜୀବନ ବିଷୟରେ ସ୍ମରଣ କରିବା ସହ ଓଡ଼ିଆ ପର୍ବ ମକରର ମହାମ୍ୟ ସାଧାରଣରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସଂଗଠନର ମୁଖ୍ୟ ସନତ କୁମାର ପରିଡା ଓ ଅନ୍ୟ ମାନଙ୍କ ମଧ୍ୟରେ ମାନବଧିକାର କର୍ମୀ ସୁଧାକର ସେଠୀ, ସତ୍ୟଜିତ ସିଂହ (ମା ହାଣ୍ଡିଶାଳ), ପ୍ରାକ୍ତନ ସରପଞ୍ଚ ବିରୂପାକ୍ଷ୍ୟ ମହାପାତ୍ର, ସାମାଜିକକର୍ମୀ ସବ୍ୟସାଚି ପ୍ରଧାନ,ଅବନୀ ରାଉତ, ହରିଶ୍ଶଙ୍କର ଆଚାର୍ଯ୍ୟ,ଶକ୍ତିପ୍ରସାଦ ରାଉତ, ସୌମ୍ୟ ରଂଜନ ବାରିକ,ଗୌତମ ପ୍ରଧାନ,ରତିରଞ୍ଜନ ଆଚାର୍ଯ୍ୟ, ଶୁଭ୍ରଜିତ୍ ମହାନ୍ତି, ଚନ୍ଦନ ରାଜ ରାଉତ, ଶୁଭ୍ରାଂଶୁ ରାଉତ ଉପସ୍ଥିତ ରହି ଓଡ଼ିଆ ଗଣପର୍ବ ମକର ଓ ବ୍ୟାସ କବିଙ୍କ ଜନ୍ମଦିନ ନିଆରା ଢଙ୍ଗରେ ପାଳିତ କରିଥିଲେ।