କବୟତ୍ରୀ ମାଧୁରୀ ପଟ୍ଟନାୟକଙ୍କ ବିୟୋଗରେ ଶୋକ ଶ୍ରଦ୍ଧାଞ୍ଜଳି ସଭା

Jan 3, 2026 - 13:42
 31
କବୟତ୍ରୀ ମାଧୁରୀ ପଟ୍ଟନାୟକଙ୍କ ବିୟୋଗରେ ଶୋକ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର ତା ୨/୧/୨୬ ସାହିତ୍ୟ ସଂସ୍କୃତି ସମାରୋହର ଉପସଭାପତି,ତଥା ଓଡ଼ିଆ ସାରସ୍ୱତ ଜଗତର ବରିଷ୍ଠ କବି ଶ୍ରୀମତୀ ମାଧୁରୀ ପଟ୍ଟନାୟକ ୮୦ ବର୍ଷ ବୟସରେ ସମସ୍ତଙ୍କୁ ପର କରି ପରଲୋକ ଗମନ କରିଛନ୍ତି। ତାଙ୍କ ବିୟୋଗରେ ଆୟୋଜିତ ଶୋକସଭାରେ  

ସାହିତ୍ୟ ସଂସ୍କୃତି ସମାରୋହର ସଭାପତି ଇଂ ଗୈାରଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ୱରେ ଗୋଦାବରୀଶ ସାହିତ୍ୟ ସଂସଦ ସଭାକକ୍ଷରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶୋକ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବରେ ଜାତୀୟ ସାହିତ୍ୟ ମହୋତ୍ସବର ଜାତୀୟ ଅଧ୍ୟକ୍ଷ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କବି ଡଃ ଫନୀ ମହାନ୍ତି ଏଵଂ ଇଂରାଜୀ ଦୈନିକ ଖବରକାଗଜ କମନ୍ ଟାଇମ୍ସ ର କାର୍ଯ୍ୟନିର୍ବାହୀ ସଂପାଦକ ଡଃ ସତ୍ୟବ୍ରତ ଜେନା ମୁଖ ବକ୍ତା ଭାବରେ ତଥା ଗୋଦାବରୀଶ ସାହିତ୍ୟ ସଂସଦର ସମ୍ପାଦକ ଡଃ ରାମଚନ୍ଦ୍ର ମହାନ୍ତି, ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ସ୍ୱର୍ଗତା ମାଧୁରୀ ପଟ୍ଟନାୟକଙ୍କ ଅକାଳ ବିୟୋଗ ଓଡ଼ିଆ ସାରସ୍ଵତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବର୍ଣ୍ଣନା କରିଥିଲେ।

ଅତିଥି ମାନେ ସ୍ୱର୍ଗତା ମାଧୁରୀ ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଓ ଦୀପ ପ୍ରଜ୍ବଳନ କରିବା ପରେ ସମବେତ କଵିଗଣ ଓ ତାଙ୍କ ପରିବାରର ସଦସ୍ୟଗଣ ତାଙ୍କ ବିୟୋଗରେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ତାଙ୍କ ବିୟୋଗରେ ସଙ୍ଗୀତରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀ ଭାରତୀ ଭୂଷଣ ପଟ୍ଟନାୟକ, ଶ୍ରୀମତୀ ସୈାଦାମିନୀ ସାମନ୍ତରାୟ, ଶୁଭ୍ରା ନନ୍ଦ ପ୍ରମୁଖ ଓ ତାଙ୍କ ରଚିତ କୃଷ୍ଣକାନ୍ତା ପୁସ୍ତକର ଶ୍ରେଷ୍ଠ ତିନିଗୋଟି କବିତା ପାଠ କରିଥିଲେ ସଭାପତି ଇଂ ଗୈାରଚନ୍ଦ୍ର ମହାପାତ୍ର , ଶ୍ରୀମତୀ ଶାନ୍ତି ଲତା ଦେବୀ ଓ ଶ୍ରୀମତୀ ମମିତା ଷଡ଼ଙ୍ଗୀ ପ୍ରମୁଖ।

ଏହି ସଭାରେ ସ୍ୱ ରଚିତ କବିତା ପାଠ କରିବା ସହ ବକ୍ତବ୍ୟ ରଖିଥିଲେ ଶ୍ରୀମତୀ ମିନତୀ ରଥ,ଶ୍ରୀମତୀ ଅନୁସୟା ବାରିକ, ଶ୍ରୀମତୀ ପୁଷ୍ପଲତା ମିଶ୍ର, ଶ୍ରୀମତୀ ଶାନ୍ତି ଲତା ଦେବୀ , ଶ୍ରୀ ଭାରତୀ ଭୂଷଣ ପଟ୍ଟନାୟକ, ଶ୍ରୀମତୀ ସୈାଦାମିନୀ ସାମନ୍ତରାୟ , ଶ୍ରୀ ବିଜୟ କୁମାର ମିଶ୍ର, ଶ୍ରୀ ପ୍ରସନ୍ନ କୁମାର ଦାଶଏବଂ ତାଙ୍କ ପରିବାରର ସଦସ୍ୟ ସ୍ମୃତି ରଞ୍ଜନ ପଟ୍ଟନାୟକ, ରଶ୍ମିରଞ୍ଜନ ପଟ୍ଟନାୟକ, ଶ୍ରୀମତୀ ହଂସପ୍ରିୟା ଦାସ, ଶ୍ରୀମତୀ ସ୍ମୃତି ରେଖା ପଟ୍ଟନାୟକ ପ୍ରମୁଖ। ସଂପାଦକ ଶ୍ରୀ ପ୍ରଣବ ଛୋଟରାୟ ଚଳିତ ବର୍ଷ ଠାରୁ ତାଙ୍କ ନାମରେ ଉତ୍ସର୍ଗୀକୃତ ମାଧୁରୀ ପଟ୍ଟନାୟକ ମଞ୍ଚ ଓ ମାଧୁରୀ ପଟ୍ଟନାୟକ ଜାତୀୟ ସାହିତ୍ୟ ସମ୍ମାନରେ ଭାରତୀୟ ଆଞ୍ଚଳିକ ଭାଷାର କବିମାନଙ୍କୁ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ପରିଶେଷରେ ମାଧୁରୀ ପଟ୍ଟନାୟକଙ୍କ ଫଟୋଚିତ୍ରକୁ ଅତିଥି ମାନେ ତାଙ୍କ ପରିବାର ବର୍ଗଙ୍କୁ ସ୍ମୃତି ଉପହାର ସ୍ଵରୁପ ଅର୍ପଣ କରିଥିଲେ ।