ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ରଜ ମହୋତ୍ସବ ଆରମ୍ଭ; ମୁଖ୍ୟ ଆକର୍ଷଣ ସାଜିଛି ଖାଦ୍ୟ ଷ୍ଟଲ୍

ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ଦୁର୍ଗାପୂଜା ସମିତି ପ୍ରତି ବର୍ଷ ପରି ଚଳିତ ବର୍ଷ ଗଣ ପର୍ବ ରଜ ମହୋତ୍ସବ ଧୁମ୍ ଧାମ୍ ରେ ପାଳନ କରୁଛି । ଏହି ମହୋସବର ଆୟୋଜନ ଜୁନ୍ ୧୨ ତାରିଖରେ ଆରମ୍ଭ ହୋଇଛି। ଏହା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ସମିତି ପକ୍ଷରୁ ୨୫ ଟି ବିଭିନ୍ନ ପ୍ରକାର ପାରମ୍ପରିକ ଆମିଶ ଓ ନିରାମିଷ ଖାଦ୍ୟ ଷ୍ଟଲ୍ର ବ୍ୟବସ୍ଥା କରାଯାଇଛି । ପ୍ରମୁଖ ଷ୍ଟଲ୍ରେ ଓଡିଶାର ବିଭିନ୍ନ ପିଠା, ମିଠା, ପାନ ଓ ଅନ୍ୟାନ୍ୟ ଖାଦ୍ୟ ପ୍ରକ୍ରିୟା ସାମଗ୍ରୀ ବିକ୍ରି ହେଉଛି । ରଜ ପର୍ବକୁ ଆହୁରି ଆକର୍ଷଣୀୟ କରିବା ପାଇଁ ପାରମ୍ପାରିକ ରଜ ଦୋଳି, ସେଲଫୀ ଜୋନ୍, କିଛି ପିଲା, ଯୁବକ, ଯୁବତୀ ଓ ଅନ୍ୟାନ୍ୟ ବର୍ଗ ପାଇଁ ରାମ ଦୋଳି, ମିନାବଚାର, ଟୋରା- ଟୋରା ଓ ବିଭିନ୍ନ ପ୍ରକାର ଖେଳ ସରଞ୍ଜାମର ଆୟୋଜନ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ପ୍ରତିଦିନ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ବାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଶଣ କରାଯିବ । ପ୍ରତିଦିନ ସଂଧ୍ଯା ୬. ୩୦ ରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି ମହୋତ୍ସବରେ ଯୋଗଦାନ କରିବା ପାଇଁ ସମସ୍ତ ଭୁବନେଶ୍ମର ବାସିନ୍ଦାଙ୍କୁ ଗଣମାଧ୍ଯମ ମାଧ୍ଯମରେ ନିମନ୍ତ୍ରଣ କରାଯାଉଛି ବୋଲି କହିଛନ୍ତି ସମିତିର ସମ୍ପାଦକ ସଚ୍ଚିଦାନନ୍ଦ ନାୟକ।