୨୪ରେ ଗଞ୍ଜାମରୁ ଲଢ଼ିବେ କି ଭି.କେ ପାଣ୍ଡିଆନ ? ଚର୍ଚ୍ଚା ବଢ଼ାଇଲା ଚ୍ୟାଉ ପଟ୍ଟନାୟକଙ୍କ ମନ୍ତବ୍ୟ

୨୪ ନିର୍ବାଚନରେ ସକ୍ରିୟ ରାଜନୀତିରେ ଯୋଗ ଦେବେ କି ଭି.କେ. ପାଣ୍ଡିଆନ ? ନା ନବୀନଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଜିତିବା ପରେ ନେଇପାରନ୍ତି ଗୁରୁ ଦାୟିତ୍ୱ ? ତାକୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା-ଆଲୋଚନା । ଏପରିକି ବିଜେଡିର ଜଣକ ପରେ ଜଣେ ନେତା ପାଣ୍ଡିଆନଙ୍କ ଗୁଣଗାନ କରିବା ସହିତ ସେ ରାଜନୀତି ମଇଦାନରେ ବି ଗ୍ରହଣୀୟ ହେବେ ବୋଲି ଖୋଲାଖୋଲି କହିଲେଣି । ଆଉ ଟିକେ ଆଗକୁ ଯାଇ ଗଞ୍ଜାମ ବିଜେଡି ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ କହିଛନ୍ତି ଗଞ୍ଜାମରୁ ପାଣ୍ଡିଆନ ଛିଡ଼ା ହେଲେ ସ୍ୱାଗତ କରିବୁ । ତେବେ ବିରୋଧୀଙ୍କ କହିବା କଥା, ପାଣ୍ଡିଆନଙ୍କୁ ବିଜେଡି ନେତା ଗ୍ରହଣ କରିପାରନ୍ତି, ହେଲେ ଓଡିଶାବାସୀ ଗ୍ରହଣ କରିବେନି ।