ଓଡ଼ିଶାରେ ହାଡ଼ଭଙ୍ଗା ଶୀତ
ଭୁବନେଶ୍ୱର: ଓଡ଼ିଶାରେ ଅନୁଭୂତ ହେଉଛି ହାଡ଼ଭଙ୍ଗା ଶୀତ। ରାଜଧାନୀ ଭୁବନେଶ୍ଵରରେ ସକାଳ ୫:୩୦ ସୁଦ୍ଧା ୧୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି ଦେଖାଦେଇଛି। ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ କରାଯାଇଛି। ଦାରିଂବାଡ଼ି ୯ ଓ ଜି ଉଦୟଗିରି ତାପମାତ୍ରା ୫.୪ ଡିଗ୍ରୀ ଥିବା ସୂଚନା। ତେବେ ଦୁଇ ଦିନ ପରେ ରାଜ୍ୟରେ କମିବ ଶୀତ।