ପ୍ରବାସୀଙ୍କ ସଫଳତା ଦେଶ ପାଇଁ ଗୌରବ: ରାଷ୍ଟ୍ରପତି

Jan 10, 2025 - 21:04
 46
ପ୍ରବାସୀଙ୍କ ସଫଳତା ଦେଶ ପାଇଁ ଗୌରବ: ରାଷ୍ଟ୍ରପତି

ଭୁବନେଶ୍ୱର: ପ୍ରବାସୀଙ୍କ ସଫଳତା ଦେଶ ପାଇଁ ଗୌରବ ବୋଲି କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେଉଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ଉଦଯାପନୀ ଉତ୍ସବରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ବିକାଶ ଆଡ଼କୁ ଅଗ୍ରସର ହେଉଛି ଭାରତ। ପ୍ରବାସୀ ଭାରତୀୟ ସାରା ବିଶ୍ୱରେ ଦେଶର ଟେକ ରଖିଛନ୍ତି। ସେମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପ୍ରତିଷ୍ଠା ପାଇଛନ୍ତି। ଦେଶ ଠୁ ଦୂରରେ ରହି ମଧ୍ଯ ଦେଶ ସହ ଯୋଡ଼ି ହୋଇ ରହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୭ ଜଣ ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି।