ସହିଦନଗର ସରକାରୀ ଉଚ୍ଚ ବିଦ୍ୟାଳୟ ର ଜ୍ୟୋତିର୍ମୟୀ ରାଉତ ଦଶମ କ୍ଲାସ ପରୀକ୍ଷା ରେ A1 ରେ ଉତୀର୍ଣ୍ଣ

May 3, 2025 - 19:13
 9
ସହିଦନଗର ସରକାରୀ ଉଚ୍ଚ ବିଦ୍ୟାଳୟ ର ଜ୍ୟୋତିର୍ମୟୀ ରାଉତ ଦଶମ କ୍ଲାସ ପରୀକ୍ଷା ରେ A1 ରେ ଉତୀର୍ଣ୍ଣ

ଭୁବନେଶ୍ୱର: ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ଭୁବନେଶ୍ୱର ସହିଦନଗର ସରକାରୀ ଉଚ୍ଚ ବିଦ୍ୟାଳୟ ର ଜ୍ୟୋତିର୍ମୟୀ ରାଉତ A1 ରେ ଉତୀର୍ଣ୍ଣ ହୋଇଛନ୍ତି, ଆଜି ସ୍କୁଲ ରେ ପ୍ରଧାନ ଶିକ୍ଷୟତ୍ରୀ ସୁପ୍ରଭା ଶତପଥୀ ଙ୍କ ଅଧକ୍ଷତା ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୋ ସ୍କୁଲ ସଭାପତି ଡ଼ ନାରାୟଣ ମହାପାତ୍ର ଡ଼ ଲଷ୍ମୀକାନ୍ତ ଖୁଣ୍ଟିଆ ଓ ସ୍କୂଲ ର ଗୁରୁ ଓ ଗୁରୁ ମା ମାନଙ୍କ ଙ୍କ ଉପସ୍ଥିତି ରେ ଜୋତିର୍ମୟୀ ରାଉତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ଏହି ଅବସରରେ ତାଙ୍କ ମା ପବିତ୍ରା ରାଉତ ବାପା ରାଧାନାଥ ରାଉତ ମଧ୍ୟ ଉପସ୍ଥିତ ରହିଥିଲେ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ କୃପାରୁ ତାଙ୍କର ଉତ୍ତରୋତ୍ତର ଉନ୍ନତି ହେବା ନିମନ୍ତେ ସମସ୍ତେ ପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ। ଏହି ଅବସରରେ ସରକାର ଙ୍କ ଜିରୋ ୱେଷ୍ଟ ମ୍ୟାନେଜମେଣ୍ଟ ରେ ସହିଦନଗର ଉଚ୍ଚ ବିଦ୍ୟାଳୟ ପ୍ରମୁଖ ଅନୁଷ୍ଠାନ ଭାବରେ ବିବେଚିତ ହୋଇ ଥିବାରୁ ସମସ୍ତେ ଆନନ୍ଦ ପ୍ରକାଶ କରିଥିଲେ।