ବୋଉ

May 3, 2025 - 20:11
May 3, 2025 - 20:16
 12
ବୋଉ

By: ମଧୁସ୍ମିତା ସାହୁ   

ଆର ପାରି ଚାଲିଗଲୁ ବୋଉ ମୋର
ଛଡ଼ାଇ ନେଇ ଚାଲିଲୁ ସ୍ନେହ ଡୋର ।।
ଅବୁଝା କଥାକୁ ବୁଝୁଥିଲୁ ପରା
କାହିଁକି ଦେଲୁଯେ ଯମହାତେ ଧରା ।।
କାହାକୁ କହିବି ମନର ବେଦନା
ତୁଏକା କେବଳ   ବୁଝୁଥିଲେ ସିନା
ଆଖିର ଲୁହକୁ ଅସରନ୍ତି କରି
ଜୁଇରେ  ଜଳି  ଚାଲିଗଲୁ ସେପାରି ।।
ତୋର ଦେହ ସିନା ହୋଇଲା ପାଉଁଶ
ଅମର ହୋଇଲୁ ଆତ୍ମାର ବିଶେଷ 
ସମାଜ ସେବା କରି ଅମର‌ ହେଲୁ
ଦୁଃଖୀରଙ୍କି ଙ୍କୁ ଯେ ଜୀବନ୍ୟାଶ ଦେଲୁ ।।
ଅମ୍ଳାନ ପ୍ରତିଭା ର ଅଧିକାରିଣୀ
ଧରଣୀମାତାଙ୍କ ର ସୁଯୋଗ୍ୟ ରାଣୀ
ଭାଷା ଜ୍ଞାନ ମୂଲ୍ୟବୋଧ ହୁଏ ନାହିଁ
ତୋ ପାଇଁ ଲେଖିବା ଶଦ୍ଦ ପାଉନାହିଁ ।।
 ଉତ୍ତମ ସଂସ୍କାର ଦେଇ ଜନ୍ମ ଦେଲୁ
ସର୍ବଶ୍ରେଷ୍ଠ ସୁମାତା ସ୍ଥାନ ପାଇଲୁ
କିଦେଇ ପୂଜିବି ସାକ୍ଷାତ ଦେବୀ ତୁ
ନାମ ଯଶ କୀର୍ତ୍ତି  ଅର୍ଜିତ କଲୁ ତୁ ।।
ଭକ୍ତି ଭରା ଶ୍ରଦ୍ଧାଞ୍ଜଳି ଦେବାପାଇଁ
ସାମର୍ଥ୍ୟ ହାସଲ ନୁହେଁ କି ପାଇଁ
ତଥାପି ତୋ ଯୋଗ୍ୟ ସନ୍ତାନ  ହୋଇଛି
ଆଜି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଉଛି  ।।

            **********

ବ୍ରହ୍ମା ନଗର ପ୍ରଥମ ଗଳି
ବ୍ରହ୍ମପୁର
 ଜିଲ୍ଲା-ଗଞ୍ଜାମ
 ଓଡ଼ିଶା 
ମୋ---୯୩୪୮୨୮୫୪୧୬