ଓଡ଼ିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡଧାରୀଙ୍କୁ ହସ୍ପିଟାଲ୍ ଫେରାଇବା ଦୁର୍ଭାଗ୍ୟଜନକ: ମନମୋହନ ସାମଲ

Jun 5, 2024 - 20:48
 5

ଭୁବନେଶ୍ୱର: ଓଡ଼ିଶାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବନ୍ଦ ହେବା ପ୍ରଚାର ହେବା ପରେ କାର୍ଡଧାରୀଙ୍କୁ ହସ୍ପିଟାଲ୍ ଫେରାଇବା ଦୁର୍ଭାଗ୍ୟଜନକ ବୋଲି କହିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସାମଲ କହିଛନ୍ତି ଯେ ହିତାଧିକାରୀଙ୍କୁ ହସ୍ପିଟାଲ୍ ଫେରାଇବା ଏକ ସାମାଜିକ ଓ ବୈଧାନିକ ଅପରାଧ। ଲୋକେ ନିର୍ବାଚନ ଲଢୁଥିଲେ, ରାଜ୍ୟରେ ଲୋକଙ୍କ ସରକାର ହେବ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ପୂର୍ବରୁ ସାମଲ କହିଥିଲେ ଯେ ଓଡ଼ିଶାରେ ବନ୍ଦ ହେବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଓ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା, ଯେଉଁଥିରେ ଅଧିକ ସୁବିଧା ପାଇବେ ଜନସାଧାରଣ।