ଗଞ୍ଜାମରେ ବୋମାମାଡ଼, ଯୁବକ ଆହତ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବଡ଼ବଜାର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାରରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ଜଣେ ଯୁବକ ଆହତ ହୋଇଥିବା ଜଣାପଡ଼ିଛି। ତାଙ୍କୁ ବ୍ରହ୍ମପୁର ଏମ୍ କେ ସି ଜି ହସ୍ପିଟାଲ୍ ରେ ଭର୍ତ୍ତି କରାଯାଇଛି। ବାଇକ୍ ରେ ଆସି ଦୁଇ ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି।