ଭୁବନେଶ୍ବର ସହ କଟକର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା
ଭୁବନେଶ୍ୱର: ପଶ୍ଚିମାଝଡ଼ ପ୍ରଭାବରେ ଆଜି ସକାଳୁ ଭୁବନେଶ୍ବର ସହ କଟକର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହୋଇଛି। ୧୧ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମଧରଣ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ କୋହଲା ପାଗ ଓ ବର୍ଷା ସମ୍ଭାବନା ରହିଛି। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏଭଳି ପାଗ ରହିବା ଆଶଙ୍କା କରାଯାଉଛି।