ଓଡ଼ିଶାରେ ସାମ୍ବାଦିକ ସମୁଦାୟଙ୍କ ପାଇଁ ଗ୍ରାମୀଣ ସମ୍ବାଦିକ କଲ୍ୟାଣ ଯୋଜନା କାର୍ଯ୍ୟକାରି ହେବା ନେଇ ପ୍ରତିଶ୍ରୁତି ଦେଲେ ମୁମ୍ବଇ ଓଡ଼ିଆ ମହାସଂଘର ସଭାପତି
ଭୁବନେଶ୍ବର: ଭାରତୀୟ ଗଣମାଧ୍ୟମ ପରିଷଦର ଏକ ସ୍ୱତନ୍ତ୍ର କାର୍ଯ୍ୟକାରି ବୈଠକରେ ଯୋଗଦାନ ପୂର୍ବକ ମୁମ୍ବଇ ଓଡ଼ିଆ ମହାସଂଘର ସଭାପତି ଡାଃ ବିପିନ ବିହାରୀ ମିଶ୍ର ଓଡ଼ିଶାରେ ସାମ୍ବାଦିକ ସମୁଦାୟଙ୍କ ପାଇଁ ଗ୍ରାମୀଣ ସମ୍ବାଦିକ କଲ୍ୟାଣ ଯୋଜନାକୁ ଦୂରିତ କାର୍ଯ୍ୟକାରି କରାଯାଇ ସାରା ଓଡିଶାକୁ ବିସ୍ତାର କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ପଞ୍ଜୀକୃତ ଗଣମାଧ୍ୟମ ସଂଗଠନ ଇଣ୍ଡିଆନ, ମିଡିଆ କାଉନସିଲର ନୂଆଦିଲ୍ଲୀ ସ୍ଥିତ କନଷ୍ଟି ଚ୍ୟୁସନ କ୍ଲବରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ଲୋଗୋ ଉନ୍ମୋଚନ,ତଥା ଓଡିଶାରେ ସାମ୍ବାଦିକ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସୁବିଧାକାର୍ଡ ପ୍ରଦାନ ତଥା ଗଣମାଧ୍ଯମ ଭାତୃତ୍ବକୁ ସମର୍ଥନ କରିବା ପାଇଁ ପରିକଚ୍ଛିତ ଏକ ବ୍ୟାପକ ଯୋଜନା ଗ୍ରାମୀଣ ସମ୍ବାଦିକ କଲ୍ୟାଣ ଯୋଜନା କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରି ଏହାର ସମର୍ଥନରେ ସଂଗଠନ ଗର୍ବିତ ବୋଲି ପ୍ରକାଶ କରିଛନ୍ତି । ଗ୍ରାମୀଣ ସାମ୍ବାଦିକମାନଙ୍କ ପାଇଁ ସେମାନଙ୍କର ସୁରକ୍ଷା ଏବଂ ସାମାଜିକ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ଏହାର ମୁଖ୍ୟ ଲକ୍ଷ୍ୟ ରହିଛି ଏବଂ ନବ ନିର୍ବାଚିତ ସରକାରଙ୍କ ସଂପୂର୍ଣ ସହ ଯୋଗରେ ଏହାକୁ ବ୍ୟାପକ କରିବା ପାଇଁ ଉଦ୍ୟମ କରାଯିବାକୁ ପରାମର୍ଶ ଦେଇଛନ୍ତି । ସୂଚନ। ଥାଉକି ଗ୍ରାମୀଣ ସମ୍ବାଦିକ କଲ୍ୟାଣ ଯୋଜନାର ମୂଖ୍ୟ ପ୍ରସଙ୍ଗଗୁଡିକ ହେଲା: ପେନ୍ସନ୍ ଯୋଜନା: ଯୋଗ୍ୟ ବରିଷ୍ଠ ସାମ୍ବାଦିକମାନଙ୍କୁ (୭୦ ବର୍ଷରୁ ଉର୍ଦୁ) ପେନ୍ଟନ, ସୁବିଧା କରାଯିବ, ଯାହାଦ୍ୱାରା ଅବସର ପରେ ଏକ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବେ ବୃଦ୍ଧାବସ୍ତୁ ସ୍ୱାସ୍ଥ୍ୟ ସେବା: ଗ୍ରାମୀଣ ସାମ୍ବାଦିକମାନ ଙ୍କର ଅନନ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ସରକାରୀ ଯୋଜନା ସହାୟତାରେ ସ୍ୱତନ୍ତ୍ର ସୁବିଧା ଉପଲବ୍ଧି କରାଇବା । - ସୁରକ୍ଷା ଏବଂ ସାମାଜିକ ନିରାପତ୍ତା: ଜରୁରୀକାଳୀନ ପରିସ୍ଥିତି କିମ୍ବା ବିପଦ ସମୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ସହାୟତା ଯୋଗାଇବା ପାଇଁ ଏକ ଉତ୍ସର୍ଗୀକୃତ ସମର୍ଥନ ବ୍ୟବସ୍ଥା ପ୍ରତିଷ୍ଠା କରାଯିବ । ଏକ ରେସକ୍ୟୁ ଭ୍ୟାନର ବ୍ୟବସ୍ଥା କରାଯିବ । - ଚାଲିମ ଏବଂ ଦକ୍ଷତା ବିକାଶ: ସାମ୍ବାଦିକମାନଙ୍କୁ ଡିଜିଟାଲ ଟେକନୋଲଜିର ବଗତ କରାଇବା ପାଇଁ ନିୟମିତ କର୍ମଶାଳା ଏବଂ ଚାଲିମ ଅର୍ଧବେଶନ ଅନୁଷ୍ଠିତ ହେବ । ଉପରୋକ୍ତ ପ୍ରସଙ୍ଗରେ ଆଲୋଚନା କରାଯାଇ ଆଗାମୀ ଚାର୍ଷିକ ଉତ୍ସବ ଜାନୁଆରୀ ମାସରେ କେଉଁଝର ଜିଲ୍ଲାରେ ଅନୁଷ୍ଠିତ କରିବାକୁ ପ୍ରସ୍ତାବ ପାରିତ ହେଲା ଏବଂ ସର୍ନ ସହମତିରେ ଢା ବିପିନ ବିହାରୀ ମିଶ୍ରଙ୍କ ଅଭ୍ୟର୍ଥନା କମିଟିର ଅଧ୍ଯକ୍ଷ ହିସାବରେ ମନୋନୀତ କରାଗଲା । ଏହି ବୈଠକରେ ଉପଧ୍ଯକ୍ଷ ରଜନୀକାନ୍ତ ସାମନ୍ତରାୟ, ସଭାପତି ସଂଜୟ ଦାସ, ଉପସଭାପତି ପ୍ରଦ୍ୟୁମ୍ନ ବାଶ, ସାଧାରଣ ସଂପାଦକ ପ୍ରସନ୍ତି ମହାନ୍ତି, କୋଷାଧ୍ୟକ୍ଷ ପ୍ରସନ୍ନ ପୃଷ୍ଟି ସମେତ ଅନ୍ୟାନ୍ୟ ସଭ୍ୟମାନେ ଉପସ୍ଥିତ ରହି ଭାରତୀୟ ଗଣମାଧ୍ୟମ ପରିଷଦ, ଓଡିଶାର ସାମ୍ବାଦିକ ସମ୍ପ୍ରଦାୟକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଗ୍ରାମିନ ସମ୍ବାଦିକ କଲ୍ୟାଣ ଯୋଜନା ଏହି ଲକ୍ଷ୍ୟ ହାସଲ ଦିଗରେ ଏକ ଗୁରୁତ୍ବପୂର୍ଣ ପଦକ୍ଷେପ ଗ୍ରହଣ କରିବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।