୧୭ଟି ପ୍ରସ୍ତାବକୁ ମିଳିଲା ଓଡ଼ିଶା କ୍ୟାବିନେଟ୍ ମଞ୍ଜୁରୀ

Mar 9, 2024 - 23:28
 7

ଭୁବନେଶ୍ୱର: ଓଡ଼ିଶାର ସମସ୍ତ ୟୁଜି ଓ ପିଜି ପିଲାଙ୍କୁ ମିଳିବ ନୂଆ-ଓ ଛାତ୍ରବୃତ୍ତି। ସମସ୍ତ ୟୁଜି, ପିଜି ପିଲାଙ୍କୁ ଛାତ୍ରବୃତ୍ତି ନେଇ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ କେବଳ ଉଚ୍ଚଶିକ୍ଷା ବିଭାଗ ଅଧୀନ ୟୁଜି, ପିଜି ପିଲା ବୃତ୍ତି ପାଉଥିଲେ। ଏବେ ଅନ୍ୟ ବିଭାଗ କୃଷି, ସଂସ୍କୃତି ବିଭାଗ ଅଧୀନରେ ଥିବା ପିଲା ପାଇବେ। ମୋଟ୍ ୧୭ ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ୍ ମୋହର। ପ୍ରାଥମିକ ଶିକ୍ଷକଙ୍କ ବେତନ ହାରରେ ପରିବର୍ତ୍ତନକୁ ମିଳିଛି ମଞ୍ଜୁରୀ। ଏହା ଦ୍ବାରା ୧ ଲକ୍ଷ ୪ ହଜାରରୁ ଅଧିକ ଶିକ୍ଷକ ଉପକୃତ ହେବେ ଓ ରାଜ୍ୟ ସରକାର ଖର୍ଚ୍ଚ କରିବେ ୫୫୭ କୋଟି ଟଙ୍କା। ଆମ ବସ୍ ଷ୍ଟାଣ୍ଡ ଯୋଜନାକୁ ମିଳିଛି ଅନୁମୋଦନ। ଏହି ଯୋଜନାରେ ରାଜ୍ୟର ସମସ୍ତ ବସ୍ ଷ୍ଟାଣ୍ଡ ଗୁଡ଼ିକର ଉନ୍ନତିକରଣ ହେବ। ଏହା ବ୍ୟତିତ ନବରଙ୍ଗପୁର ଯାଦବ ସମାଜ ପାଇଁ ମାଗଣା ଜମି ପ୍ରଦାନ ସମ୍ପର୍କୀୟ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ।