ଅଭୟାରଣ୍ୟରେ ହାତୀ ଛୁଆର ମୃତଦେହ ଠାବ
ଆନନ୍ଦପୁର: କେନ୍ଦୁଝର ଜିଲ୍ଲାର ଏକ ଜଙ୍ଗଲରେ ହାତୀ ଛୁଆର ମୃତଦେହ ଠାବ ହୋଇଛି। ହଦଗଡ଼ ହାତୀ ଅଭୟାରଣ୍ୟରେ ହାତୀ ଛୁଆର ମୃତଦେହ ଉଦ୍ଧାର ହୋଇଛି। ହାତୀ ଛୁଆର ବୟସ ୫ ରୁ ୭ ବର୍ଷ ବୋଲି ଅନୁମାନ କରାଯାଉଛି। ଦନ୍ତାହାତୀ ଓ ହାତୀଛୁଆ ମଧ୍ୟରେ ଲଢ଼େଇରେ ଛୁଆ ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।