ନବୀନଙ୍କ 'ଗୋଟି' ଓ ବିଜେପିର 'ଧର୍ମସଙ୍କଟ'

Feb 28, 2026 - 23:11
 3
ନବୀନଙ୍କ 'ଗୋଟି' ଓ ବିଜେପିର 'ଧର୍ମସଙ୍କଟ'


* ମାଷ୍ଟରଷ୍ଟ୍ରୋକ୍ ନା ମାଷ୍ଟର ପ୍ଲାନ୍? ନବୀନ ବାବୁ ହଠାତ୍ "ମିଳିତ ପ୍ରାର୍ଥୀ" କାର୍ଡ ଖେଳି ବିଜେପି କୋର୍ଟକୁ ବଲ୍‌ଟିକୁ ଏମିତି ଫିଙ୍ଗିଛନ୍ତି ଯେ, ବିଜେପି ନେତାମାନେ ଏବେ ବ୍ୟାଟ୍ ଧରିବେ ନା ଫିଲ୍ଡିଂ କରିବେ ବୁଝିପାରୁନାହାନ୍ତି।
* ସେପଟେ ଯେହେତୁ ଡଃ ହୋତାଙ୍କ ନାଁ ଭକ୍ତ ଦାସ ହିଁ ଉଠାଇଥିଲେ, ନବୀନ ସେଇଟାକୁ ଧରି "ମିଳିତ" ମୋହର ମାରିଦେଲେ। ଏବେ ଭକ୍ତ ବାବୁଙ୍କ ସହ ଆଉ ଆଲୋଚନା କରିବାର କଷ୍ଟ କିଏ କରିବ? "ଆପଣ କହିଲେ, ଆମେ ମାନିଲୁ" କହି ନବୀନ ଏବେ ଚୁପ୍‌ଚାପ୍ ମଜା ଦେଖୁଛନ୍ତି।
* ବିଜେପି ପାଇଁ 'ଇଆଡେ ଗଲେ କାତ, ସିଆଡେ ଗଲେ ଖାତ': ବିଜେପି ପାଖରେ ଜିତିବାକୁ ସଂଖ୍ୟା ନାହିଁ, ଅଥଚ ନବୀନଙ୍କ ପ୍ରସ୍ତାବ ଗ୍ରହଣ କଲେ ଲୋକେ କହିବେ— "ସରକାର ଯାହାର ବି ହେଉ, ଚାବିକାଠି ଏବେ ବି ନବୀନଙ୍କ ପାଖରେ!" ଏଇ 'ଗୁରୁତ୍ୱ' ହଜମ କରିବା ବିଜେପି ପାଇଁ ପିତା କଲରା ଜୁସ୍ ପିଇଲା ଭଳି ହେବ।
* ବିଜେଡିର ଅସଲ ମୁଣ୍ଡବିନ୍ଧା - 'ଘର ଢିଙ୍କି କୁମ୍ଭୀର': ସବୁଠୁ ବଡ଼ କୌତୁକିଆ କଥା ହେଲା, ନବୀନ ବାହାରେ ତ ଗୋଟି ଚଳାଇ ଦେଲେ, କିନ୍ତୁ ନିଜ ୪୮ ବିଧାୟକଙ୍କୁ 'ଏକାଠି' ରଖିବା ଏବେ ହିମାଳୟ ଚଢ଼ିବା ସଦୃଶ। କାଳେ କିଏ କେତେବେଳେ "ଅନ୍ତରାତ୍ମାର ଡାକ" ଶୁଣି କ୍ରସ୍ ଭୋଟିଂ କରିଦେବ, ସେଇ ଡର ଏବେ ଶଙ୍ଖ ଭବନରେ!