ଉଦଘାଟିତ ହେଲା ଝାରସୁଗୁଡ଼ାର ନୂଆ ବସ୍ ଟର୍ମିନାଲ

ଝାରସୁଗୁଡା : ଉଦଘାଟିତ ହେଲା ଝାରସୁଗୁଡ଼ାର ନୂଆ ବସ୍ ଟର୍ମିନାଲ । ପ୍ରାୟ ୨୦ କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ା ସହରର ବାଲିଜୋରିଠାରେ ନିର୍ମିତ ଏହି ନୂତନ ବସ ଟର୍ମିନାଲ ଆଜି ଉଦଘାଟିତ ହୋଇଛି। ଏଥିରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ଝାରସୁଗୁଡା ବିଧାୟିକା ଦୀପାଳି ଦାସ ଓ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ଟର୍ମିନାଲର ଉଦଘାଟନ କରିଛନ୍ତି।