ପାତ୍ରପଡ଼ାରେ ମୋ ବସ୍ ବନ୍ଦ କଲେ ସ୍ଥାନୀୟ ଲୋକେ

ଭୁବନେଶ୍ୱର: ଭୁବନେଶ୍ୱର ପାତ୍ରପଡ଼ା ଅଞ୍ଚଳରେ ମୋ ବସ୍ ବନ୍ଦ କଲେ ସ୍ଥାନୀୟ ଲୋକେ। ଡିପୋ ସାମ୍ନାରେ ସ୍କୁଲ୍ ଥିବାରୁ ଦୁର୍ଘଟଣା ହେଉଥିବା ଅଭିଯୋଗ କରାଯାଇଛି। ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ନଶୁଣିବାରୁ ପାତ୍ରପଡ଼ା ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନକୁ ସମର୍ଥନ କରିଛନ୍ତି ବିଧାୟକ ସୁର ରାଉତରାୟ। ମୋ ବସ୍ ଡିପୋ ସାମ୍ନାରେ ରହିଛି ପାତ୍ରପଡ଼ା ନୋଡାଲ ହାଇସ୍କୁଲ। ତେବେ ପିଲାଙ୍କ ଦାବି ପୂରଣ ପାଇଁ ଆଉ ଏକ ଗେଟ୍ ବାଟେ ଏଣିକି ମୋ ବସ୍ ଡିପୋକୁ ଯିବା ନେଇ କ୍ରୁଟ୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।