ଭୁବନେଶ୍ୱରର ବିଭିନ୍ନ ବାଣ ଦୋକାନରେ ଅଗ୍ନି ନିରାପତ୍ତା ଯାଞ୍ଚ
ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଥିବା ବିଭିନ୍ନ ବାଣ ଦୋକାନରେ ଅଗ୍ନି ନିରାପତ୍ତା ଯାଞ୍ଚ କରାଯାଇଛି। ଡେପୁଟି ଫାୟାର ଅଫିସରଙ୍କ ନେତୃତ୍ବରେ ନିର୍ଦ୍ଦେଶାବଳି ଅନୁସାରେ ବାଣ ବିକ୍ରି ହେଉଛି କି ନାହିଁ, ପ୍ରତି ଦୋକାନ ମଧ୍ୟରେ ୩ ମିଟର ଦୂରତା ଅଛି କି ନାହିଁ ଓ ଅଗ୍ନିନିର୍ବାପକ ଯନ୍ତ୍ର ରଖିଛନ୍ତି କି ନାହିଁ ଯାଞ୍ଚ ହୋଇଛି। ଚଳିତ ବର୍ଷ ଭୁବନେଶ୍ୱରରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିୟମ ଅନୁସାରେ ବାଣ ବିକ୍ରି ହେଉଛି। ଖୋଲା ସ୍ଥାନରେ ହିଁ ବାଣ ଦୋକାନ ପାଇଁ ମିଳିଛି ଅନୁମତି।