ପଳାସପୁର ପ୍ରିମିର ଲିଗ ସଂସ୍କରଣ-୪ ଉଦଘାଟିତ..
ବାଲେଶ୍ୱର ସଦର ବ୍ଲକ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟ ସନ୍ନିକଟ ପଡିଆରେ, ପଳାସପୁର ପ୍ରିମିୟର ଲିଗ ଉଦଘାଟିତ ହୋଇଯାଇଛି, ଏହି ଅବସରରେ ଆୟୋଜିତ ଉଦଘାଟନ ସଭାରେ ପ୍ରାକ୍ତନ ସରପଞ୍ଚ ବିରୁପାକ୍ଷ୍ୟ ମହାପାତ୍ରଙ୍କ ସଭାପତିତ୍ୱ କରିଥିବା ବେଳେ ରେମୁଣା ଲୋକପ୍ରୀୟ ବିଧାୟକ ତଥା ସରକାରୀ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦଘାଟନି ଭାଷଣ ପ୍ରଦାନ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ମଞ୍ଜୁଲତା ଆଚାର୍ଯ୍ୟ, ସମିତି ସଭ୍ୟ ପୁଷ୍ପଶ୍ରୀ ରାଉତ, ଭିନ୍ନକ୍ଷମ ଜାତୀୟ କ୍ରୀଡ଼ାବିତ ସୁଧାକର ସେଠୀ, ଭାଗବତ ବେହେରା, ପିତାମ୍ବର ମହାପାତ୍ର, ଅଚ୍ୟୁତ ମହାନ୍ତି, ଅଭ୍ୟୁଦୟମର ମୁଖ୍ୟ
ସବ୍ୟସାଚୀ ପ୍ରଧାନ,ପ୍ରସନ୍ନ କୁମାର ପରିଡା ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ମୋଟ ୧୭ଟି ମ୍ୟାଚ ଅନୁଷ୍ଠିତ ହେବ ବୋଲି କର୍ମକର୍ତ୍ତା ମାନେ କହିଛନ୍ତି। ଆଜି ଉଦଘାଟନି ମ୍ୟାଚରେ ଷ୍ଟୋର୍ମ ବ୍ରେକର ଏବଂ ଆର୍ ଆର୍ ଅଫିସିଆଲ୍ ଓ ପଳାଶପୁର ଇଲେଭେନ୍ ଏବଂ ବିଶ୍ଵାଳ ୱାରିଓରସ୍ ପରସ୍ପରକୁ ଚାରୋଟି କ୍ରିକେଟ କ୍ଲବ ପରସ୍ପର କୁ ଭେଟିଥିଲେ। ଆମ୍ପାୟର:
ଜନ୍ମେଜୟ ପରିଡ଼ା ଏବଂ ମଧୁସୂଦନ ପରିଡ଼ା ଖେଳ ପରିଚାଳନା କରିଥିବା ବେଳେ ସ୍କୋରର: ରଶ୍ମିରଞ୍ଜନ ଜେନା ଓ ରତିରଞ୍ଜନ ଆଚାର୍ଯ୍ୟ ଭାଷ୍ୟକାର ତ୍ରିଲୋଚନ ବେହେରା
ପିଚ୍ କ୍ୟୁରେଟର ଶୁଭ୍ରାଂଶୁ ରାଉତ ଏବଂ ସିଦ୍ଧାର୍ଥ ସୌରଭ ମହାନ୍ତି ଯୁବ ସମାଜସେବୀ ଶକ୍ତିପ୍ରସାଦ ରାଉତ,ଦିବ୍ୟଜ୍ୟୋତି ରାଉତ,ମୁକ୍ତିକାନ୍ତ ପାଳ,ସାଇ ଓମ୍ ସାହୁ, ଅଭିଜିତ ଆଚାର୍ଯ୍ୟ ପ୍ରମୁଖ ସହଯୋଗ କରିଥିଲେ