ଶିମିଳିପାଳରେ ୨ ବନ୍ଧୁକ ଜବତ ସହ ଜଣେ ଗିରଫ

Jul 4, 2023 - 17:25
 10
ଶିମିଳିପାଳରେ ୨ ବନ୍ଧୁକ ଜବତ ସହ ଜଣେ ଗିରଫ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳରେ ଚୋରା ବନ୍ଧୁକ କାରଖାନା ଠାବ କରିଛି ମୟୂରଭଞ୍ଜ ଜିଲ୍ଲା ପୁଲିସ। ଏହି ମାମଲାରେ ଠାକୁରମୁଣ୍ଡା ବ୍ଲକ୍‌ ମହୁଲଡ଼ିହା ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ବେଳେ ତା ପାଖରୁ ଗୋଟିଏ ଦେଶୀ ବନ୍ଧୁକ ସହିତ ବନ୍ଧୁକ ତିଆରି ସରଞ୍ଜାମ ଜବତ କରିଛି। ଏହାବ୍ୟତୀତ ପୁଲିସ ଅନ୍ୟ ଏକ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣର ବଜ୍ରକାପ୍ତା କାତି ମଧ୍ୟ ଜବତ କରିଛି।