୧୩ ଟି ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର

Dec 30, 2023 - 17:50
 117
୧୩ ଟି ପ୍ରସ୍ତାବରେ ଲାଗିଲା କ୍ୟାବିନେଟ୍ ମୋହର

ଭୁବନେଶ୍ୱର: ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିଲା ରାଜ୍ୟ କ୍ୟାବିନେଟ୍ ବୈଠକ। ବୈଠକରେ ୧୩ଟି ପ୍ରସ୍ତାବରେ ଲାଗିଲା ମୋହର। ଓଡ଼ିଶା ସିଭିଲ ସର୍ଭିସ୍ ବୟସ ସୀମା ୩୨ ରୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି। ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ନିଷ୍ପତି ନିଆଯାଇଛି। ସଚେତନତା ପାଇଁ ଗ୍ରାମାଞ୍ଚଳରେ ଜଗନ୍ନାଥ ରଥ ବୁଲିବ। ଜାନୁଆରୀ ୧୭ ରେ ଏଲଇଡି ସ୍କ୍ରିନ୍ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମ ଦେଖିବେ ଗ୍ରାମାଞ୍ଚଳ ଲୋକେ। ନଗର ଉନ୍ନୟନ ବିଭାଗରେ ୩୬୫ ନୂଆ ଇଞ୍ଜିନିୟରିଂ ପଦବୀ ସୃଷ୍ଟିକୁ ମିଳିଲା ଅନୁମୋଦନ। ବୈଠକ ପରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି ଯେ ୨୦୦ ଟି ଇ ବସ୍ କିଣି ଚଳାଇବେ ରାଜ୍ୟ ସରକାର। ସହରାଞ୍ଚଳରେ ଏଲଇଡି ଲାଇଟ୍ ପାଇଁ ୩୧୨ କୋଟି ୧୮ ଲକ୍ଷ ଅନୁମୋଦନ ହୋଇଛି।