କୃଷି ମେଳା-୨୦୨୩ ରେ ଅଭିନୟ କରିବାର ସୁଯୋଗ ପାଇଲେ ବନିତା ପ୍ଲେ ସ୍କୁଲର କୁନି କୁନି ପିଲା
କୋରାପୁଟ: ( ରିପୋର୍ଟ ତ୍ରିନାଥ ପଟ୍ଟନାୟକ): ସ୍ଥାନୀୟ କୋରାପୁଟ ଜିଲ୍ଲାର ଦଶହରା ପଡିଆ ଜୟପୁର ଠାରେ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ର ଚତୁର୍ଥ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବନିତା ଆକଟିଭିଟି ସ୍କୁଲ ର କୁନି କୁନି ପିଲାମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା l ୩ ରୁ ୫ ବର୍ଷ ବୟସରେ ଆୟୋଜିତ କୃଷି ମେଳା-୨୦୨୩ ରେ ଅଭିନୟ କରିବାର ସୁଯୋଗ ପାଇଲେ ପିଲାମାନେ ମାତାର ପ୍ରେମକୁ ବୁଝୁବାରେ ସମର୍ଥ ଯାହା ସେମାନେ ମାତା ପ୍ରେମର ବାସ୍ତବତା ପ୍ରଦର୍ଶନ କରିପାରିଥିବା ଦେଖିବାକୁ ମିଳିଅଛି l ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ବନିତା ପ୍ଲେ ସ୍କୁଲର ସଂଗଠକ ଶିବାଶିଷ ପାଣିଗ୍ରାହୀ ଏବଂ ଅନୁଷ୍ଠାନର ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେଇଥିବା ଦେଖିବାକୁ ମିଳିଅଛି l କୃତି ପ୍ରତିଯୋଗୀଙ୍କୁ ଏହି କାର୍ଯ୍ୟକ୍ରମ ପରିଶେଷରେ ସେମାନଙ୍କ ନିକ୍ଷୁଣ ଅଭିନୟ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା l