ଜାନୁଆରୀ ୨ ରେ ହିନ୍ଦୀ ଓ ଓଡ଼ିଆ ଭାଷାରେ କରାଯାଇଥିବା ଦେବୀ କଥାମୃତ କାର୍ଯ୍ୟକ୍ରମର ଶୁଭାରମ୍ଭ

Dec 30, 2023 - 17:48
 44
ଜାନୁଆରୀ ୨ ରେ ହିନ୍ଦୀ ଓ ଓଡ଼ିଆ ଭାଷାରେ କରାଯାଇଥିବା ଦେବୀ କଥାମୃତ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ଇଣ୍ଡିଆ ପକ୍ଷରୁ ମା ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ମା ଅନନ୍ତ.. ତାର କଥା ଅନନ୍ତ.. ଭଜନ ଓ କଥାକାର ବିଜୟ ସାହୁ ଙ୍କ ପ୍ରେରଣା ଦାୟୀ କଥା ଶୃଙ୍ଖଳା, ଓ ପ୍ରବକ୍ତା ଭାସ୍କର ବେହେରା ଙ୍କ ହିନ୍ଦୀ ଓ ଓଡ଼ିଆ ରେ ଦେବୀ କଥାମୃତ, ଶ୍ରୀମତୀ ଆରତି କର, ଶ୍ରୀମତି ବିଜୟଲକ୍ଷ୍ମୀ ପଟ୍ଟନାଏକ ଦେବୀ କଥାମୃତ ଓଡ଼ିଆ ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଜାନୁଆରୀ ୨ ତାରିଖ ସକାଳ ୧୧ ଘଟିକା ରେ ମା ଅନନ୍ତ ତାର କଥା ଅନନ୍ତ ଭଜନ ଓ ପ୍ରେରଣାଦାୟୀ କଥା ଶୃଙ୍ଖଳା, ହିନ୍ଦୀ ଓ ଓଡ଼ିଆ ଭାଷାରେ କରାଯାଇଥିବା ଦେବୀ କଥାମୃତ କାର୍ଯ୍ୟକ୍ରମ ର ଶୁଭାରମ୍ଭ ର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ସ୍ଥିତ ବୁଲନ ଭାଇ ସାମ୍ବାଦିକ ଭବନ (ଗ୍ରୀନ ଚିଲ୍ଲି ଫାଷ୍ଟ ଫୁଡ ନିକଟ) ଭୁବନେଶ୍ବର ଠାରେ ସକାଳେ ଅନୁଷ୍ଠିତ କରାଯିବ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମା ସୁଭଦ୍ରା ଙ୍କ ମୁଖ୍ୟ ବାଡଗ୍ରାହି ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସ ମହାପାତ୍ର ବିଶିଷ୍ଟ ଅତିଥି ଓ ଡ ଅଶୋକ ମହାପାତ୍ର ସମ୍ମାନିୟ ଅତିଥି ଭାବେ ଯୋଗଦେବେ। ଶ୍ରୀମତୀ ସଞ୍ଚିତା ମହାନ୍ତି, ଶ୍ରୀ ମଧୁମାଧବ ଜେନା, ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ, ଶ୍ରୀ ପ୍ରଭାତ କୁମାର ନନ୍ଦ, ଶ୍ରୀ ପ୍ରଶାନ୍ତ କୁମାର ପାଢ଼ୀ ଓ ଶ୍ରୀ ରବି ନାରାୟଣ ମହାପାତ୍ର ଗୀତିକାର ସନ୍ତୋଷ ମିଶ୍ର, ଗାୟକ ଅଶୋକ କୁମାର ପ୍ରମୁଖ ଯୋଗଦାନ କରିବେ। ସର୍ବଭାରତୀୟ ସ୍ତରରେ ମା ଆଦିଶକ୍ତି ଙ୍କ ପ୍ରଚାର ଓ ପ୍ରସାର ନିମନ୍ତେ ପ୍ରୟାସ କରାଯାଉଥିବାରୁ ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ମା ଙ୍କ ଭକ୍ତ ଯୋଗଦେଇ ଆମକୁ ଉତ୍ସାହିତ ଓ ସହଯୋଗ କରିବେ ବୋଲି ଆଶା କରୁଛନ୍ତି ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶ୍ରୀ ନିଶିକାନ୍ତ ମିଶ୍ର ମୁଖ୍ୟ (ଉପଦେଷ୍ଟା), ଡଃ ନାରାୟଣ ମହାପାତ୍ର (ସଭାପତି), ଉମାନାଥ ମିଶ୍ର (ସମ୍ପାଦକ) ।