ପବିତ୍ର ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ଗାଁ ଠୁ ସହର

Aug 26, 2024 - 18:05
 52
ପବିତ୍ର ଜନ୍ମାଷ୍ଟମୀ ପାଇଁ ଉତ୍ସବମୁଖର ଗାଁ ଠୁ ସହର

ଭୁବନେଶ୍ୱର: ଆଜି ଓଡ଼ିଶାରେ ପବିତ୍ର ଜନ୍ମାଷ୍ଟମୀ ପାଳନ କରିବା ପାଇଁ ଉତ୍ସବମୁଖର ହୋଇଉଠିଛି ଗାଁ ଠୁ ସହର। ପୁରୀ ଶ୍ରୀମନ୍ଦିରରେ ହେବ ସ୍ଵତନ୍ତ୍ର ନୀତିକାନ୍ତି। ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ। ମହାଜନ ସେବକଙ୍କ ଦ୍ଵାରା ଅନୁଷ୍ଠିତ ହେବ ଜନ୍ମାଷ୍ଟମୀ ନୀତି। ସେହିପରି ଭୁବନେଶ୍ୱର ଇସ୍କନ ମନ୍ଦିରରେ ସକାଳୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଛୋଟ ପିଲା ମାନେ ପ୍ରଭୁଙ୍କ ବେଶରେ ମନ୍ଦିର ଆସିଥିବା ଦେଖିବାକୁ ମିଳିଛି।