ପିପିଲିରେ ବ୍ୟାପୁଛି ବାର୍ଡ ଫ୍ଲୁ
ଭୁବନେଶ୍ୱର: ପୁରୀ ଜିଲ୍ଲା ପିପିଲିରେ ବାର୍ଡ ଫ୍ଲୁ ବ୍ୟାପିବା ପରେ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ। ସୂଚନା ଅନୁଯାୟୀ, ୪୭ଟି ଫାର୍ମରେ ମରାଯିବ ୨୦,୦୦୦ ରୁ ଅଧିକ କୁକୁଡ଼ା। ତେବେ କ୍ଷତିପୂରଣ ନମିଳିବା ପର୍ଯ୍ୟନ୍ତ କୁକୁଡ଼ା ମାରିବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ଚାଷୀ। ସେପଟେ ପ୍ରାଣୀ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ଯେ ମରାଯିବାକୁ ଥିବା କୁକୁଡ଼ା ଗଣତି କରାଯାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଦିଆଯିବ କ୍ଷତିପୂରଣ।