ଓଡିଶାରୁ କୁକୁଡ଼ା ଆମଦାନୀ ବନ୍ଦ କଲା ପଶ୍ଚିମବଙ୍ଗ
ନିମାପଡ଼ା: ପୁରୀ ଜିଲ୍ଲା ପିପିଲିରେ ବାର୍ଡ଼ ଫ୍ଲୁ ଚିହ୍ନଟ ହେବା ପରେ ଦୁଇ ଦିନ ଭିତରେ ୫ ହଜାରରୁ ଅଧିକ କୁକୁଡ଼ା ମାରିସାରିଲେଣି ପ୍ରଶାସନ। ଚାଷୀ ମାନେ କ୍ଷତିପୁରୁଣ ପାଇନଥିବାରୁ ବଢୁଛି ଅସନ୍ତୋଷ। ପୁରୀ ଜିଲ୍ଲାର ପିପିଲି ବ୍ଲକରେ ବ୍ରଏଲର କୁକୁଡାଙ୍କଠାରେ ବୀର୍ଡ ଫ୍ଲୁ ରୋଗ ଚି଼ହ୍ନଟ ହେଵା ଯୋଗୁଁ ପଶ୍ଚିମବଙ୍ଗ କୁକୁଡ଼ା ଫାର୍ମ ଫେଡେରେସନ ପକ୍ଷରୁ ଓଡ଼ିଶାରୁ ପଶ୍ଚିମବଙ୍ଗକୁ କୁକୁଡ଼ା ଓ କୁକୁଡ଼ା ଜାତ ଦ୍ରବ୍ୟର ଆମଦାନୀ ଉପରେ ରୋକ ଲଗାଯାଇଛି।