ଟ୍ରେନ୍ ମାଡ଼ିଯିବାରୁ ୧୫ ଛେଳି, ୬ ଗୋରୁ ମୃତ
କୋରାପୁଟ: ଗୋରୁ ଓ ଛେଳି ପଲ ଉପରେ ମାଡ଼ିଗଲା ମାଲବାହୀ ଟ୍ରେନ୍। ଟ୍ରେନ୍ ଧକ୍କାରେ ୧୫ ଛେଳିଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଗୋରୁଙ୍କ ମୃତ୍ୟୁ ଘଟିଛି। କୋରାପୁଟ ଜିଲ୍ଲା ଭେଜା ଷ୍ଟେସନ ନିକଟରେ ଘଟିଛି ଏହି ଘଟଣା। ଆଜି ସକାଳେ ଭେଜା ଷ୍ଟେସନ ନିକଟରେ ଛେଳି ଓ ଗୋରୁ ପଲ ରେଳ ଧାରଣା ପାର ହେଉଥିଲେ। ଏହି ସମୟରେ ମାଲବାହୀ ଟ୍ରେନ ଆସିଯାଇଥିଲା। ଟ୍ରେନଟି ଗାଈ ଓ ଛେଳିଙ୍କ ଉପରେ ମାଡ଼ି ଯାଇଥିଲା। ଟ୍ରେନ ଧକ୍କାରେ ୧୫ ଛେଳିଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୋରୁଙ୍କର ମୃତ୍ୟୁ ଘଟିଛି। ରେଳ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।