ଆଜି ପୀଠେ ଦଶହରା, ମଣ୍ଡପରେ ମହାନବମୀ

Oct 23, 2023 - 08:50
 202
ଆଜି ପୀଠେ ଦଶହରା, ମଣ୍ଡପରେ ମହାନବମୀ

ଭୁବନେଶ୍ୱର: ଆଜି ଓଡ଼ିଶାର ବିଭିନ୍ନ ଶକ୍ତିପୀଠରେ ମାଆ ଦୁର୍ଗାଙ୍କ ଦଶହରା ଓ ମଣ୍ଡପରେ ମହାନବମୀ ପୂଜା ଅନୁଷ୍ଠିତ ହେଉଛି। ନବରାତ୍ରିର ଆଜି ଶେଷ ଦିନ। ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ଭୁବନେଶ୍ୱର ଓ କଟକ। ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି ଶ୍ରଦ୍ଧାଳୁ। ଆଜି କେନ୍ଦୁଝର ଜିଲ୍ଲା ଘଟଗାଁ ମାଆ ତାରିଣୀଙ୍କ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ମାଆଙ୍କ ଦିବ୍ୟ ମଙ୍ଗଳ ଆଳତୀ ଦେଖିଲେ ମଙ୍ଗଳମୟ ହେବ ଦିନ ବୋଲି ବିଶ୍ୱାସ ରହିଛି।