ପିପୁଲସ ଫୋରମର ଦଣ୍ଡିଆ ଉତ୍ସବ ପାଳନ

ଝାରସୁଗୁଡା। ତାରିଖ-୨୨/୧୦/୨୦୨୩
ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ଜିଲ୍ଲା ଖଣିଜ ପାଣ୍ଠି ଓ ଜିଲ୍ଲା ପ୍ରଶାସନର ମିଳିତ ସହାୟତାରେ ପିପୁଲସ ଫୋରମ ଦ୍ୱାରା ପରିଚାଳିତ, ମିଶନ ଆଶ୍ରାରେ ଦଣ୍ଡିଆ ଉତ୍ସବ ମହାଡ଼ମ୍ବରରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଆମ ସହିତ ଝାରସୁଗୁଡା ଜିଲ୍ଲାର ବୁଦ୍ଧିଜୀବୀ, ଜିଲ୍ଲା ପ୍ରଶାସନର ଅଧିକାରୀ, ଏବଂ ସର୍ବୋପରି ଅଧ୍ୟାପିକା ଶ୍ରୀମତୀ ମନ୍ଦାକିନୀ ଶତପଥୀ, ଶିକ୍ଷାବିତ ତଥା ସମାଜ ସେବୀ ଶ୍ରୀମତୀ କବିତା ପଣ୍ଡା ଏବଂ ଏଇତ ଜୀବନ ସ୍ବେତ୍ସାସେବୀ ଅନୁଷ୍ଠାନ ର ସଭାପତି, ଶ୍ରୀମତୀ ସୁଜାତା ମିଶ୍ର ଏବଂ ଅନ୍ୟାନ୍ୟ ସମାଜସେବୀ ସଂସ୍ଥା ମାନେ ମଧ୍ୟ ଉକ୍ତ କାର୍ଯକ୍ରମରେ ଯୋଗଦାନ ଦେଇଥିଲେ। ପିପୁଲସ ଫୋରମର ସମସ୍ତ ଥଇଥାନ କେନ୍ଦ୍ର ଗୁଡିକରୁ କର୍ମଚାରୀ, ଅନ୍ତେବାସୀ ଓ ଅନ୍ତେବାସିନୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ହେବା ସହ ଦ।ଣ୍ଡିଆ ଓ ଅନ୍ୟାନ୍ୟ ନୃତ୍ୟ ଗୀତ ପରିବେଷଣ କରିଥିଲେ। ନବରାତ୍ରିର ପ।ବନ ଅବସରରେ ଅନ୍ତେବାସିନୀ ମାନଙ୍କ ମନରେ ଏକ ଆଧ୍ୟାତ୍ମିକ ଭାବଧାରର ଉଦ୍ରେକ କରିବା ଏହି ଦିବସ ପାଳନର ଉଦେଶ୍ୟ। ପିପୁଲସ ଫୋରମ ତାର ସମସ୍ତ ଥଇଥାନ କେନ୍ଦ୍ର ଗୁଡିକରେ ବର୍ଷ ତମାମ ବିଭିନ୍ନ ପ୍ରକାରର ପର୍ବ ପର୍ବାଣୀ ପାଳନ କରାଯାଏ। ଏହାଦ୍ୱାରା ଅନ୍ତଵାସୀ ମାନଙ୍କର ମାନସିକ ସ୍ତିତିରେ ସୁଧାର ଆସିବା ସହିତ ଏକ ପାରିବାରିକ ଓ ସାମାଜିକ ବାତାବରଣ ସୃଷ୍ଟି ହୋଇପାରୁଛି।
ଏଠାରେ ସୂଚନାଯୋଗ୍ୟ ଯେ ଝାରସୁଗୁଡା ଜିଲ୍ଲାରେ ପିପୁଲସ ଫୋରମ ଦ୍ୱାରା୬ ଟି ଥଇଥାନ କେନ୍ଦ୍ର ପରିଚାଳିତ ହେଉଅଛି। ସେଥି ମଧ୍ୟରୁ ମାନସିକ ବିକାର ଗ୍ରସ୍ତ ମହିଳା ମାନଙ୍କ ପାଇଁ ଉଦିଷ୍ଟ ମିଶନ ଆଶ୍ରା-୧ ରେ ୧୨୫ ଶଯ୍ୟା ବିଶିଷ୍ଟ ଥିଲା ବେଳେ ବର୍ତମାନ ଏଠାରେ୧୩୧ ଜଣ ଅନ୍ତେବାସୀନି, ମିଶନ ଆଶ୍ରା-୨ ୯୦ ଶଯ୍ୟା ବିଶିଷ୍ଟ ଥିଲା ବେଳେ ସେଠାରେ ବର୍ତମାନ ୯୮ ଜଣ ଅନ୍ତେବାସିନୀ ରହୁଛନ୍ତି। ସେହି ପରି ଭାବରେ ମାନସିକ ଅନଗ୍ରସର ପୁରୁଷ ମାନଙ୍କ ଚିକିତ୍ସା ପାଇଁ ଉଦିଷ୍ଟ ଥଇଥାନ କେନ୍ଦ୍ର ମିଶନ ଆଶାଲୋକ-୧ ୧୨୫ ଶଯ୍ୟା ବିଶିଷ୍ଟ ଥିଲା ବେଳେ ସେଠାରେ ୧୩୯ ଜଣ ଅନ୍ତେବାସୀ ଓ ମିଶନ ଆଶାଲୋକ-୨, ୫୦ ଶଯ୍ୟା ବିଶିଷ୍ଟ ଥିଲା ବେଳେ ସେଠାରେ ୫୮ ଜଣ ରହି ଚିକିତ୍ସିତ ହେଉଛନ୍ତି। ବୃଦ୍ଧ ଓ ବୃଦ୍ଧା ମାନଙ୍କ ଥଇଥାନ ପାଇଁ ଉଦିଷ୍ଟ ବୃଦ୍ଧାଶ୍ରମ ଭରଷା ୫୦ ଶଯ୍ୟା ବିଶିଷ୍ଟ ଥିଲା ବେଳେ ବର୍ତମାନ ସେଠାରେ ୫୩ ଜଣ ବୃଦ୍ଧ ଓ ବୃଦ୍ଧା ମାନେ ରହୁଛନ୍ତି। ଏହା ବ୍ୟତୀତ ଝାରସୁଗୁଡା ଜିଲ୍ଲାର ସୁଲଦିଆ ପଡା ଠାରେ ଥିବା ନିଶା ନିବାରଣ କେନ୍ଦ୍ର ୩୦ ଶଯ୍ୟା ବିଶିଷ୍ଟ ଥିଲା ବେଳେ ବର୍ତମାନ ଏଠାରେ ୩୩ ଜଣ ଅନ୍ତେବାସୀ ରହି ଚିକିଶ୍ଚିତ ହେଉଛନ୍ତି। ଏହି ସବୁ ଥଇଥାନ କେନ୍ଦ୍ର ଗୁଡିକରେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଦେବା ସହ ବିଭିର୍ଣ ପ୍ରକାରର ବୈଷୟିକ ଶିକ୍ଷା ଦିଆଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପ୍ରୟାସ କରାଯାଇ ଥାଏ। ଚିକିତ୍ସା ଦ୍ୱାରା ସେମାନଙ୍କ ଶାରୀରିକ ଓ ମାନସିକ ଅବସ୍ଥା ରେ ସୁଧାର ଆସିବା ପରେ ସେମାନଙ୍କ ଘର ଠିକଣା ଖୋଜାଯାଇ ସେମାନଙ୍କୁ ସେମାନଙ୍କ ଉପଯୁକ୍ତ ଠିକଣା ରେ ପହଂଚାଯାଇଥାଏ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ପିପୁଲସ ଫୋରମ ଝାରସୁଗୁଡା ଜିଲ୍ଲାରେ ୨୦୧୬ ମସିହାରୁ କାର୍ଯ୍ୟ ଆରମ୍ଭ କରିବା ସହିତ ଏହି ଭଳି ସମସ୍ତ କେନ୍ଦ୍ର ଗୁଡିକରୁ ଅଦ୍ୟାବଧି ୨୦୯୨ ଜଣ ସମାଜ ଦ୍ୱାରା ପରିତ୍ୟକ୍ତ ବିଭିର୍ଣ ବର୍ଗର ବ୍ୟକ୍ତି ବିଶେଷ ମାନଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବାରେ ସକ୍ଷମ ହୋଇପାରିଛି। ଏହି କାର୍ଯ୍ୟକ୍ରମକୁ ପିପୁଲସ ଫୋରମ ର ସମସ୍ତ କେନ୍ଦ୍ରର କର୍ମଚାରୀ ମାନେ ପରିଚାଳନା କରିଥିଲେ।