ଙ୍ଗୋପସାଗରରେ ବାତ୍ୟା ଆଶଙ୍କା

Oct 22, 2023 - 10:41
 54
ଙ୍ଗୋପସାଗରରେ ବାତ୍ୟା ଆଶଙ୍କା

ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଉଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହୋଇପାରେ। ଆସନ୍ତାକାଲି ମଧ୍ୟରାତ୍ରୀରେ ଏହା ଏକ ଦୁର୍ବଳ ବାତ୍ୟା ରୂପ ନେଇପାରେ ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି। ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ନ ରହିପାରେ, କିନ୍ତୁ ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ମତ୍ସଜୀବୀ ମାନଙ୍କୁ ଆଜି ରାତି ସୁଦ୍ଧା ଉପକୂଳକୁ ଫେରି ଆସିବାକୁ ପରାମର୍ଶ ଦିଆଯାଇଛି। ଏହାର ପ୍ରଭାବରେ ପବନରେ ବେଗ ଘଣ୍ଟା ପ୍ରତି ୬୦ ରୁ ୭୦ କିଲୋମଟର ଓ ସର୍ବାଧିକ ୮୦ କିଲୋମିଟର ପର୍ଯ୍ୟନ୍ତ ରହିବା ସମ୍ଭାବନା ରହିଛି। ଆଜି କେନ୍ଦ୍ରାପଡ଼ା, ପୁରୀ, ଜଗତସିଂପୁର ଓ ଗଞ୍ଜାମ ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ। ଆସନ୍ତାକାଲି ଖୋର୍ଦ୍ଧା, ପୁରୀ, କଟକ, ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ନୟାଗଡ଼, ଗଞ୍ଜାମ ଓ ଗଜପତିରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।