ଧୁମ୍ ଧାମ୍ ରେ ଚାଲିଛି ମାଆ ଦୁର୍ଗାଙ୍କ ଅଷ୍ଟମୀ ପୂଜା

Oct 22, 2023 - 10:39
 10
ଧୁମ୍ ଧାମ୍ ରେ ଚାଲିଛି ମାଆ ଦୁର୍ଗାଙ୍କ ଅଷ୍ଟମୀ ପୂଜା

ଭୁବନେଶ୍ୱର: ଆଜି ମଣ୍ଡପରେ ମାଆ ଦୁର୍ଗାଙ୍କ ଅଷ୍ଟମୀ ଓ ପୀଠରେ ନବମୀ। ମଣ୍ଡପରେ ଅଷ୍ଟମୀ ପୂଜା ପାଇଁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ବିଭିନ୍ନ ମଣ୍ଡପରେ ଦେଖିବାକୁ ମିଳିଛି। ଘଣ୍ଟ ଘଣ୍ଟା ଓ ମନ୍ତ୍ରଧ୍ଵନିରେ ପ୍ରକମ୍ପିତ ହେଉଛି ପରିବେଶ। ଭୁବନେଶ୍ବରର ରସୁଲଗଡ଼, ସହିଦ ନଗର, ନୟାପଲ୍ଲୀ, ଓଲ୍ଡ ଷ୍ଟେସନ ବଜାର, ବରମୁଣ୍ଡା, ଝାରପଡ଼ା, ବାମିଖାଲ ଓ ବଡ଼ଗଡ଼ରେ ମହାମାୟାଙ୍କ ଦର୍ଶନ ପାଇଁ ପ୍ରବଳ ପରିଲକ୍ଷିତ ହୋଇଛି। କଟକରେ ଶିଖରପୁର, ବାଦାମବାଡ଼ି, ଖାନ୍ ନଗର ଓ ଅନେକ ସ୍ଥାନରେ ଶାନ୍ତି ଶୃଙ୍ଖାର ସହିତ ଭକ୍ତି ଭାବରେ ମାଆଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ଚଳିତ ବର୍ଷ ରାଉରକେଲା ସହରର ୧୦୧ ଟି ସ୍ଥାନରେ ପୂଜା ଆୟୋଜିତ କରାଯାଇଛି। ସହରରେ ୨୪ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି ସମ୍ବଲପୁରରେ ୫୦ ରୁ ଅଧିକ ସ୍ଥାନରେ ପୂଜା ପାଉଛନ୍ତି ମାଆ ଦୁର୍ଗା।