ଜଣେ ସାମାଜିକ କର୍ମୀଙ୍କ ଜୀବନ ପ୍ରେରଣାର ଜୀବନ ବାନ୍ଧବୀଙ୍କ ଅନ୍ତିମ ଯାତ୍ରା।
ବିଜୟ କୁମାର ଆଚାର୍ଯ୍ୟ,ବାଲେଶ୍ଵର:-
ମୋ ଧର୍ମପତ୍ନୀ କବିତା ଆଚାର୍ଯ୍ୟ ତା:୨୭.୧୧.୨୦୨୫ ଦିନ ପ୍ର୍ରାୟ ୧୧ଟା ବେଳେ ମୋର ଅରଡବଜାର ଭଡାଘରେ ଏକା ଥିବା ବେଳେ ମହାଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରୁଥିବା ବେଳେ ଶରୀରର ପ୍ରାୟ ୮୫% ଅଂଶ ଜଳିଯାଇଥିଲ। ସେତେବେଳେ ମୁଁ ଏକ ଜରୁରୀ କାର୍ଯ୍ୟରେ ବୈଶିଙ୍ଗା ଯାଇଥିଲି। ଇତ୍ୟବସରରେ, ଆମଘରେ ଦୈନିକ ରୋଊଇ କାର୍ଯ୍ୟ କରୁଥିବା ମହିଳା କବିତା ମାହାଳିକ ଆସି ମୋ ସ୍ତ୍ରୀ ପୋଡିହୋଇ ବିବସ୍ତ୍ର ଅବସ୍ଥାରେ ଚଟାଣରେ ପଡିଥିବା ଦେଖି ମୋତେ ଫୋନ୍ ଯୋଗେ ଅବଗତ କରାଇଥଲେ ଓ ପଡୋଶୀ ଭଦ୍ରମହିଳା ବର୍ଷା ପଣ୍ଡାଙ୍କୁ ଡାକିଥିଲେ। ଏହାପରେ, ବର୍ଷା ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ। ମୁଁ ମୋର ସହକର୍ମୀ ଇଂ ରାଧାରମଣ ଦଳାଇ, ଇଶାନ କୁମାର ସାହୁ, ସୁଶାନ୍ତ କୁମାର ନାୟକ, ଶୁଭେନ୍ଦୁ ଗିରି ଇତ୍ୟାଦି ପହଞ୍ଚିଥିଲୁ। ମୋ ସ୍ତ୍ରୀଙ୍କୁ ପଚାରି ବୁଝିବରୁ ବୁଝିବାରୁ କହିଲେ ଠାକୁର ପୂଜା କରିବା ସମୟରେ ଡିଆସିଲିରୁ ନିଆଁ ଲାଗି ଜଳି ଚିତ୍କାର କରି ଡାକିଲେ ବି କେହି ଶୁଣିନଥିଲେ।
ପ୍ରକାଶ ଥାଉକି, ଆମ ଭଡାଘର ପାର୍ଶ୍ବରେ ଏକ ପତ୍ର ଓ କାଗଜ ଥାଳିଦୁନା କାରଖାନାର କର୍ମଚାରୀ ମାନଙ୍କୁ ଡାକି ଡାକ ଶୁଣି ସାହାଯ୍ୟ କଲେନି ବୋଲି ପଚାରିବାରୁ ସେମାନେ କହିଲେ, ତାଙ୍କ କାରଖାନାର ଭିଷଣ ଶବ୍ଦ ଦ୍ବାରା ଶୁଣି ପାରିନଥିଲେ ବୋଲି କହିଲେ। ଏହାପରେ, ଆମେ ଆମୁଲେନସରେ ଫକୀର ମୋହନ ମେଡିକାଲ କଲେଜ ଓ ହସପିଟାଲ ନେଲୁ। ସେଠାରେ ପୋଡାଜଳା ବିଭାଗ ଓ ନ୍ୟୁରୋ ସର୍ଜେରୀ ବିଭାଗ ନଥିବାରୁ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ ଓ ହସପିଟାଲ ପଠେଦେଲେ। ସେଠାରେ ପୋଡାଜଳା ବିଭାଗରେ ଆଇ.ସି.ଇଉ. ଖାଲି ନଥିବା ହେତୁ ଆମକୁ ଡାକ୍ତର କୌଣସି ଅଲଗା ଚିକିତ୍ସାଳୟକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। ମୁଁ ଜଣେ ସାଧାରଣ ସାମାଜିକ କର୍ମୀ ତଥା ବରିଷ୍ଠ ନାଗରିକ ହୋଇଥିବା ହେତୁ ମୋର ସ୍ବଳ୍ପ ଆୟରେ କେବଳ ଘରଭଡା, ଖାଇବାପିଇବା, ପତ୍ନୀଙ୍କର ଓ ନିଜର ଔଷଧ ଖର୍ଚ୍ଚ ଓ ଅନ୍ୟାନ୍ୟ ଦୈନନ୍ଦିନ ଖର୍ଚ୍ଚ ଗୁଜୁରାଣ ମେଣ୍ଟାଇବା ଛଡା ଆଦୌ ସଞ୍ଚୟ କରିବାର ସୁଯୋଗ ନଥାଏ। ମୋର କୌଣସି ସ୍ବାସ୍ଥ୍ୟ ବୀମା ମଧ୍ୟ ନାହିଁ। ମୋର ଏକମାତ୍ର ବିବାହୀତା କନ୍ୟା ମୋ ପାଖରୁ ଅନତି ଦୂର କଟକରେ ରୁହନ୍ତି। ମୋର ବେସରକାରୀ ଚିକିତ୍ସାଳୟକୁ ନେବା କ୍ଷମତା ନଥିବା ହେତୁ ବାଧ୍ୟହୋଇ ଭୂବନେଶ୍ବରରେ ଅବସ୍ଥିତ ଅଖିଳ ଭାରତୀୟ ଆୟୂର୍ବିଜ୍ଞାନ ପ୍ରତିଷ୍ଠାନ କୁ ନେଇଗଲି। ସେଠାରେ ଅନୁରୂପ ଭାବେ ପୋଡାଜଳା ବିଭାଗରେ ଆଇ.ସି.ଇଉ. ନଥିବାରୁ ଡାକ୍ତର ବାହାରକୁ ନେବାକୁ ପରାମର୍ଶ ଦେଇଥିଲେ।
ମୁଁ ସୁଶ୍ରୁତ ହସପିଟାଲକୁ ନେବାକୁ ବନ୍ଧୁମାନଙ୍କ ଆସ୍ବାସନା ପାଇ ପ୍ରସ୍ତୁତ ହେଲି। ପରିଶେଷରେ ଏମସରେ ଆଶୁ ଚିକିତ୍ସା ବିଭାଗର ରେଡ ଜୋନରେ ରାତିତା:୨୮.୨୧.୨୦୨୫ ରାତି ୪ଟା ବେଳେ ମୋତେ ଛାଡିଦେଇ ଚିରକାଳ ପାଇଁ ଜଗନ୍ନାଥଙ୍କ ଶରଣକୁ ଚାଲିଗଲେ। ତା:୨୮.୨୧.୨୦୨୫ ଦିନ ପୁରୀର ସ୍ବର୍ଗଦ୍ବାର ଠାରେ ତାଙ୍କର ଅନ୍ତିମ ସଂସ୍କାର ସମାପନ ହେଲା।
ସତରେ, ସେ ଜଣେ ବିଶାଳ ହୃଦୟର ମୋର ସାଥିଟିଏ। ତାଙ୍କର ଉଦାର ମନୋଭାବ, ସ୍ନେହଁପୂର୍ଣ୍ଣ, ନିସ୍କକପଟ ସ୍ବଭାବ ଯିଏ ଥରୁଟିଏ ତାଙ୍କୁ ଦେଖିଛନ୍ତି କେବଳ ସିଏ ହିଁ ଅନୁଭବ କରିଥିବେ। ମୁଁ ଯଦି ସାମାଜିକ କର୍ମୀ ହୋଇ ପାରିଛି ସେ ହିଁ ମୋର ପ୍ରେରଣାର ଉତ୍ସ।
ସେ କେବେ ମୋତେ ସ୍ତ୍ରୀ ଭାବେ ଧନରତ୍ନ, ଅଳଙ୍କାର, କୋଠାବାଡି, ଗାଡିଘୋଡ଼ା ବା କୌଣସି ଧନ ସମ୍ପତ୍ତିର ଅଳିଝଳି କରିନାହାନ୍ତି। ସେ ଘରେ ଗଣ୍ଡିଏ ସୁସ୍ବାଦୁ ଭୋଜନ ଖାଆନ୍ତି ଓ ଅନ୍ୟ ମାନଙ୍କୁ ଖୁଆଇ ଖୁସି ହୋଇଥାନ୍ତି। କେବେ ବି ଦାମୀ ହୋଟେଲ ବା ରେଷ୍ଟୁରାଣ୍ଟକୁ ନେଇ ଖାଇବାକୁ କହିନାହାନ୍ତି। ଏଇ ବଜାରରେ ଦହିବରା, ଗୁପଚୁପ୍, ଚାଟ୍, ତେଲଭାଜି, ରୋଲ୍, ଚାଉମିନ୍ ଖାଇବାକୁ ଭଲପାଆନ୍ତି ବା ଘରକୁ ଆଣିବାକୁ କହିଥାନ୍ତି। ଆଚାଣ୍ଡାଳ ବ୍ରାହ୍ମଣ ଠାରୁ ଆଦିବାସୀ, ହରିଜନ, ସବୁ ଧର୍ମର ଲୋକମାନେ ଅବାଧରେ ଆମ ରୋଷେଇ ଘରକୁ ପ୍ରବେଶ। ସେ ହିଁ ବାସ୍ତବରେ ଜଣେ ସାଧ୍ବୀଙ୍କ ହୁଦୟବତୀ ମଣିଷ। ସେ ଭଗବାନଙ୍କୁ କେବଳ ମୋର ଦୀର୍ଘଜୀବନ କାମନା ସହିତ ତାଙ୍କୁ ସଂସାରରେ ମୋ ଜିବା ଆଗରୁ ତାଙ୍କୁ ନେଇଯିବାକୁ ପ୍ରାର୍ଥନା କରନ୍ତି ଓ ମୋତେ କହନ୍ତି ତାଙ୍କ ପାର୍ଥିବ ଶରୀରକୁ ସ୍ବର୍ଡଦ୍ବାର ଦ୍ବାରରେ ସତ୍କାର କରାଇବାକୁ।
ତାଙ୍କୁ ମୁଖାଗ୍ନି ତାଙ୍କର ଏକମାତ୍ର କନ୍ୟା ମାନସୀ ମୁଖାଗ୍ନି ସଂଯୋଗ କରିଥିବା ବେଳେ ତାଙ୍କର ଅନେକ ବର୍ଣ୍ଣର ପୁଅମାନେ ତାଙ୍କୁ କାନ୍ଧ ଲଗେଇ ଅନ୍ତିମ ଯାତ୍ରା ସମାପନ କରିଥିଲେ।
ମହାଲକ୍ଷ୍ମୀ ତାଙ୍କୁ ମାଣବସା ଗୁରୁବାର ଦିନ ତାଙ୍କୁ ପୂଜାର୍ଚ୍ଚନା କରୁଥିବା ସମୟରେ ତାଙ୍କର କୁ ପ୍ରାରବ୍ଧ ସବୁକୁ ଭୋଗକରାଇ ତାଙ୍କ ପ୍ରାର୍ଥନା ଶୁଣି ଜଗନ୍ନାଥଙ୍କ ପାଖକୁ ନେଇଯାଇଛନ୍ତି ବୋଲି ମୋର ଭାବନା। ସେ ମୋତେ ବାବାଜୀରୁ ସନ୍ୟାସୀ କରାଇ ସ୍ବର୍ଗ ପୁରକୁ ଚାଲିଗଲେ। ତାଙ୍କର ପବିତ୍ର ଆତ୍ମା ଜଗନ୍ନାଥଙ୍କ ପାଖରେ ରହିଥାଉ।
ଜୟ ଜଗନ୍ନାଥ।