ନଭେମ୍ବର ୨ ରୁ ଗୋ ନବରାତ୍ରୀ ମହୋସବ - ୨୦୨୪

Oct 29, 2024 - 23:55
 4
ନଭେମ୍ବର ୨ ରୁ ଗୋ ନବରାତ୍ରୀ ମହୋସବ - ୨୦୨୪

ଭୁବନେଶର: ପରମପୁଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କର ଦିବ୍ୟ ମାର୍ଗଦର୍ଶନରେ ପବିତ୍ର ଗୋ ନବରାତ୍ରି ଚଳିତ ବର୍ଷ ହରିହରାନନ୍ଦ ଗୁରୁକୁଳମ, ବାଲିଘାଇ, ପୁରୀ ଠାରେ ଗୁରୁଗୋବିନ୍ଦ ଗୋସେବାଶ୍ରମ ଓ ଓଡିଶା ଗୋସେବା ସମିତିର ମିଳିତ ସହ‌ଯୋଗରେ ତା ୨.୧୧.୨୦୨୪ ରିଖ ଠାରୁ ତା ୧୦.୧୧.୨୦୨୪ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଅଛି । ଏହି ପବିତ୍ର ଅବସରରେ ନବଦିନ ବ୍ୟାପି ଜ୍ଞାନଯଜ୍ଞ, ନାମଯଜ୍ଞ, ସୂଚଯଜ୍ଞ, ଜପଯଜ୍ଞ ଏବଂ" ଅମ୍ଳଯଜ୍ଞ ଅନୁଷ୍ଠିତ ହେବ । ଗୋସେବାଶ୍ରମ ପରିସରରେ ଥିବା ଗୋମାତାଙ୍କ ନିମନ୍ତେ ପ୍ରତ୍ୟେକ ଦିନ ଗୋ ଭଣ୍ଡାର ଓ ଗୋପାଷ୍ଟମୀ ଦିନ ଶ୍ରୀଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର ପୁରୀର ସମସ୍ତ ଅସହାୟ ଗୋବଂଶଙ୍କ ନିମନ୍ତେ ଗୋଭଣ୍ଡାରର ଆୟୋଜନ କରାଯାଉଛି । ବ୍ରହ୍ମର୍ଷି ବାଟିକା, ବୃନ୍ଦାବନର ପୂଜ୍ୟ ସନ୍ଥ ବାବାଜୀ ଶ୍ରୀ ଦୀନବନ୍ଧୁ ଦାସ ମହାରାଜଳୀ ତା ୩.୧୧.୨୪ ଠାରୁ ତା ୯.୧୧.୨୪ ପର୍ଯ୍ୟନ୍ତ ଏକ ସପ୍ତାହ ବ୍ୟାପି "ଗୋଭାଗବତ କଥା" ପ୍ରବଚନ କରିବାକୁ ସଦୟ ସ୍ବୀକୃତି ପ୍ରଦାନ କରିଛନ୍ତି । ଲବ୍ଧ ପ୍ରତିଷ୍ଠିତ ଗୋ ବିଜ୍ଞାନୀ ଏବଂ ଗୋ ଗବେଷକ ମାନଙ୍କୁ ନେଇ ଗୋ ଆଧାରିତ କୃଷି ଏବଂ ଗୋଜାତ ପଦାର୍ଥର ପ୍ରସ୍ତୁତି ପ୍ରଣାଳୀ ଉପରେ ଏକ କର୍ମଶାଳାର ଆୟୋଜନ ହେଉଅଛି । ଏହି ପବିତ୍ର ଗୋ ନବରାତ୍ରି ଗଚ ୨୦୨୨ ମସିହାଠାରୁ "ଗୋ ସେବା ସପ୍ତାହ ଭାବରେ ଗୁରୁ ଗୋବିନ୍ଦ ଗୋ ସେବାଶ୍ରମ ଦ୍ବାରା ପାଳିତ ହେଉଅଛି ଏବଂ ଏହି ଅବସରରେ ଗୋମାତାଙ୍କର ସେବା ନିମନ୍ତେ ସ୍ବତନ୍ତ୍ର ସ୍ବାସ୍ଥ୍ୟ ସେବା ଶିବିର ଓ ଗୋଭଣ୍ଡାର ର ଆୟୋଜନ କରାଯାଉଛି । ପରମପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ଙ୍କର ଦିବ୍ୟପ୍ରେରଣା ଓ ମାର୍ଗ ଦର୍ଶନ ଏବଂ ସମସ୍ତ ଗୋଭକ୍ତ ମାନଙ୍କର ଅକୁଣ୍ଠ ସାହାଯ୍ୟ ଓ ସହ‌ଯୋଗରେ ଗୁରୁ ଗୋବିନ୍ଦ ଗୋ ସେବାଶ୍ରମ, ବାଲିଘାଇ ୧୩୫୦ ଅସହାୟ ଗୋବଂଶ ଏବଂ ୪୦୦ ଭାରତୀୟ ଦେଶୀ ଗୋମାତା ଙ୍କର ଏକ ସ୍ୱର୍ଗୀୟ ଓ ମନୋରମ ଉପବନ ହୋଇପାରିଛି । ଏହି ପାବନ ଉତ୍ସବ ଅବସରରେ ଆପଣଙ୍କ ଦିବ୍ୟ ଉପସ୍ଥିତି ଓ ସଦୟ ସହ‌ଯୋଗ କାମନା କରୁଛୁ । ଗୋନବରାତ୍ର କାର୍ଯ୍ୟସୂଚୀ - ତା୨.୧୧.୨୦୨୪ ରିଖ ରୁ ୧୦.୧୧.୨୦୨୪ ସ୍ଥାନ :- ଗୁରୁଗୋବିନ୍ଦ ଗୋସେବାଶ୍ରମ ପରିସର ବିଶେଷ ଦିବସ ମାନକର ସୂଚନା - ଗିରି ଗୋବଦ୍ଧନ ପୂଜା – ୨.୧୧.୨୦୨୪ ଗୋଭାଗବତ କଥା- ୩.୧୧.୨୪ ଠାରୁ ୯.୧୧.୨୪ ଗୋପାଷ୍ଟମୀ -୯.୧୧.୨୦୨୪ ଅଁଳା ପୂଜନ ଓ ପୂର୍ଣ୍ଣାହୁତି-୧୦.୧୧.୨୦୨୪ (ଦିବା ୧୦ ଘଟିକାରୁ ୧୨ ଘଟିକା) ଦିବ୍ୟତାର ପ୍ରତୀକ, ଐଶୀ କୃପା ଓ କରୁଣାର " ପାବନ ଧାମ " ସ୍ମୟ" ଗୋମାତା । ପବିତ୍ର ଗୋନବରାତ୍ର ଅବସରରେ ଏହି ଦିବ୍ୟ ଜନନୀର ସେବାରେ ନିଜର ତନ୍ତ୍ର, ମନ ଓ ଧନ କୁ ଅର୍ପଣ କରି ଗୁରୁ, ଗୋବିନ୍ଦ ଓ ଗୋମାତାକର କୂପ । ଲାଭ କରିବା ହେବେ ।