ଟାଙ୍ଗରଯୋଡା ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଅବସରରେ ଦାସକାଠିଆ ପରିବେଷଣ

ଓଡ଼ିଶାରେ ଲୋକକଳା ଲୋପ ପାଇ ଯାଉଥିବା ବେଳେ ଟାଙ୍ଗରଯୋଡ଼ା ଗ୍ରାମରେ ମା ଗଜଲଷ୍ମୀଙ୍କ ପୁଜା ଅବସରରେ ,ଦାଶକାଠିଆ ପରିବେଷଣ କରାଯାଇଅଛି।ଦାଶକାଠିଆ ଓଡ଼ିଶାର ଏକ ପାରମ୍ପରିକ ଲୋକକଳା ଏବଂ ସାଂସ୍କୃତିକ ଧାରା। ବର୍ତ୍ତମାନର ସ୍ଥିତିରେ, ଅନ୍ୟାନ୍ୟ ପାରମ୍ପରିକ କଳା ପରି ଦାଶକାଠିଆ ମଧ୍ୟ ଧୀରେ ଧୀରେ ଲୋକପ୍ରିୟତା ହରାଇବାରେ ଲାଗିଛି ଏବଂ ଏହାର ପ୍ରଚାର ପ୍ରସାର କମିଯାଇଛି।ନୂତନ ପିଢ଼ିର କଳାକାରମାନେ ଏହି କଳାକୁ ଆଦରିବା ପାଇଁ ଅନିଚ୍ଛୁକ ଥିବାରୁ କଳାକାରଙ୍କ ସଂଖ୍ୟା କମିବାରେ ଲାଗିଛି।ଆଧୁନିକ ମନୋରଞ୍ଜନର ପ୍ରଭାବ ଟେଲିଭିଜନ, ଇଣ୍ଟରନେଟ୍ ଏବଂ ଅନ୍ୟାନ୍ୟ ଆଧୁନିକ ମନୋରଞ୍ଜନର ମାଧ୍ୟମ ଯୋଗୁଁ ଲୋକେ ଏହି ପାରମ୍ପରିକ କଳା ପ୍ରତି ଆକୃଷ୍ଟ ହେଉନାହାନ୍ତି।
ସରକାରୀ ଓ ବ୍ୟକ୍ତିଗତ ଉଦ୍ୟମରେ ତଥାପି କିଛି ସ୍ଥାନରେ ସରକାରୀ ତଥା ବ୍ୟକ୍ତିଗତ ଉଦ୍ୟମରେ ଏହାକୁ ବଞ୍ଚାଇ ରଖିବା ପାଇଁ ଚେଷ୍ଟା କରାଯାଉଛି, କିନ୍ତୁ ଏହାର ପରିସର ସୀମିତ ହୋଇ ରହିଛି। କିନ୍ତୁ ଏହି କଳା ସଂସ୍କୃତି ସମ୍ପନ୍ନ ଗ୍ରାମରେ ପ୍ରତିବର୍ଷ ପାଲା ଓ ଦାସକାଠିଆ ପରିବେଷଣ ହୋଇଥାଏ। ଦାସକାଠିଆ ଗାୟକ ସତ୍ୟବାନ ଗିରି ଏବଂ ଭରତ ଚନ୍ଦ୍ର ବେହେରା ଦାସକାଠିଆ ପରିବେଷଣ କରିଥିବାବେଳେ ସମସ୍ତ ଗ୍ରାମବାସୀ ଏହାର ଉପଭୋଗ କରିଥିଲେ ଏବଂ ଉଭୟ ଗାୟକ ଏବଂ ପାଳିଆଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। କମିଟିର ସଦସ୍ୟ ମାନଙ୍କ ମଧ୍ୟରେ ଉପେନ୍ଦ୍ର ବେହେରା,ହରିପଦ ଦଳେଇ, ଚିତ୍ରସେନ ଦଳେଇ, ଶାନ୍ତନୁ ଖୁଣ୍ଟିଆ, ବିକ୍ରମାଦିତ୍ୟ ଦଳେଇ,ସୁମିତ ବେହେରା ଓ ସଞ୍ଜିତ ପଲେଇ ପ୍ରମୁଖ ସମ୍ବର୍ଦ୍ଧନା ପର୍ବରେ ଉପସ୍ଥିତ ଥିଲେ।