ଓଡ଼ିଶାରେ ତଳମୁହାଁ ପାରଦ

Nov 18, 2024 - 22:12
 41

ଭୁବନେଶ୍ୱର: ଓଡ଼ିଶାରେ ତଳମୁହାଁ ରହିଛି ପାରଦ। ୧୦.୫ ଡିଗ୍ରୀ ସେଲସିୟସ ସହ ଫୁଲବାଣୀ ରାଜ୍ୟର ସମତଳ ଅଞ୍ଚଳ ମଧ୍ୟରେ ଥଣ୍ଡା ସହର। ଦାରିଙ୍ଗବାଡି ୧୧.୫ ଡିଗ୍ରୀ ସେଲସିୟସ, ଅନୁଗୁଳ ୧୧.୬, ଭଦ୍ରକ ୧୪, ସୁନ୍ଦରଗଡ ୧୪, ରାଉରକେଲା ୧୨.୨, ଝାରସୁଗୁଡା ୧୨.୪, ଭବାନୀପାଟଣା ୧୩ ଓ କେନ୍ଦୁଝର ୧୪ ରେକର୍ଡ ହୋଇଛି। ଭୁବନେଶ୍ବର ତାପମାତ୍ରା ୧୬.୮ ଏବଂ କଟକ ୧୬ ରହିଛି।