ନିର୍ବାଚନ ପରେ ପ୍ରଥମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ଗଛ ଲଗାଇକୁ ନିବେଦନ କଲେ ପ୍ରଧାନମନ୍ତ୍ରୀ

Jun 30, 2024 - 16:47
 9
ନିର୍ବାଚନ ପରେ ପ୍ରଥମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ଗଛ ଲଗାଇକୁ ନିବେଦନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନିର୍ବାଚନ ପରେ ଆଜି ପ୍ରଥମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଗଛ ଲଗାଇ ପ୍ରକୃତି ମା କୁ ରକ୍ଷା କରିବାପାଇଁ ସମସ୍ତେ ଆଗେଇ ଆସନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଦନ କରିଛନ୍ତି। ସାଧାରଣ ନିର୍ବାଚନରେ ରେକର୍ଡ ମତଦାନ ପାଇଁ ଜନସାଧାରଣଙ୍କୁ ବଧାଇ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତା ପ୍ୟାରିସ ଅଲିମ୍ପିକ୍ସରେ ଯୋଗ ଦେଉଥିବା ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି। ଆମର ଖେଳାଳି ଅଲିମ୍ପିକ୍ସ ମେଡାଲ ଜିତିବେ, ଭଲ ପ୍ରଦର୍ଶନ କରିବେ ସାରା ବିଶ୍ବରେ ଭାରତୀୟ ସଂସ୍କୃତି ଗୌରବ ବହନ କରୁଛି ବୋଲି ସେ କହିଛନ୍ତି।