ରତ୍ନଭଣ୍ଡାର ଖୁବ୍ ଶୀଘ୍ର ଖୋଲିବ: ମୁଖ୍ୟମନ୍ତ୍ରୀ

Jun 30, 2024 - 22:36
 9
ରତ୍ନଭଣ୍ଡାର ଖୁବ୍ ଶୀଘ୍ର ଖୋଲିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖୁବ ଶୀଘ୍ର ଖୋଲିବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲାଯିବ ଓ ଗଣତି ହେବ। ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ବିଜେପି ପକ୍ଷରୁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଥିବା ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ରତ୍ନଭଣ୍ଡାର ଖୋଲିବା ପରେ କିଛି ଗଡ଼ବଡ଼ି ସାମ୍ନାକୁ ଆସେ, ଦୋଷୀକୁ ଦଣ୍ଡ ବିଧାନ କରାଯିବ। ପାତାଳରେ ଥିଲେ ବି ଖୋଜି ବାହାର କରି ଦଣ୍ଡବିଧାନ କରାଯିବ। ସଭାରେ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ସାମିଲ ଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବ, ଜୁଏଲ ଓରାମ, ନିର୍ବାଚିତ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ।