ଆଜି ୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ
ଝାରସୁଗୁଡ଼ା: ଆଜି ୧୨ ଘଣ୍ଟିଆ ଝାରସୁଗୁଡ଼ା ବନ୍ଦ ଡାକରା ଦେଇଛି ଜିଲ୍ଲା ଛାତ୍ର ସାମୁଖ୍ୟ। ବିଭିନ୍ନ କଲେଜକୁ ସରକାରୀ ମାନ୍ୟତା ଦାବିରେ ଏହି ବନ୍ଦ ପାଳନ କରାଯାଉଛି। ଜିଲ୍ଲାରେ କୃଷି ମହାବିଦ୍ୟାଳୟ ସ୍ଥାପନ, ଯାନ୍ତ୍ରିକ ସ୍କୁଲ୍ କୁ ଯାନ୍ତ୍ରିକ କଲେଜ୍ ମାନ୍ୟତା ଓ କେନ୍ଦ୍ରୀୟ ମହାବିଦ୍ୟାଳୟ ସ୍ଥାପନ ପାଇଁ ଦାବି କରାଯାଇଛି। ବନ୍ଦ ଯୋଗୁଁ ବହୁ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଛି।