ବାଘଛାଲ ବେପାରୀ ଗିରଫ

Feb 13, 2024 - 00:31
 55
ବାଘଛାଲ ବେପାରୀ ଗିରଫ

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଘାଟିରୁ ଏକ କଲରାପତରିଆ ବାଘ ଛାଲ ସହ ବନ୍ଧୁକ ଜବତ କରାଯାଇଛି। ବାଘଛାଲ ବିକ୍ରି ପାଇଁ ଯୋଜନା କରିଥିବା ବେଳେ ବେପାରୀକୁ ଗିରଫ କରିଛି ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ ସ୍ଵତନ୍ତ୍ର ଟାସ୍କ ଫୋର୍ସ। ବାଘଛାଲକୁ ୪ ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା କରିଥିଲା ଅଭିଯୁକ୍ତ ଘାନେଶ୍ୱର୍ ପ୍ରଧାନ।