ପୁରୀରେ ବଜ୍ରପାତ; ମହିଳା ମୃତ, ୮ ଆହତ
ପୁରୀ : ପୁରୀ ଜିଲ୍ଲାର ସଦର ତହସିଲ ଅନ୍ତର୍ଗତ ଚୈତନ୍ୟ ଭୋଇ ସାହିରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାମ କୁନ୍ତୀ ଭୋଇ (୪୫) ବୋଲି ଜଣାପଡିଛି। ଦୁର୍ଘଟଣା ଘଟିଥିବା ବେଳେ ମୃତ ଓ ଆହତମାନେ ଏକ ବିଲରେ କାମ କରୁଥିଲେ। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।