ନନ୍ଦନକାନନ ପକ୍ଷରୁ ଆରମ୍ଭ ହେଲା ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ

Mar 10, 2024 - 17:32
 53

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଆଜିଠାରୁ ଆରମ୍ଭ ହେଲା ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ୍‌ ଆଉଟ ଆଟ୍‌ ଜୁ’। ଏହି କାର୍ଯ୍ୟକ୍ରମରେ କେବଳ ରବିବାର ଦିନ ସଂଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏଁ ବୁଲିବାକୁ ଅନୁମତି ମିଳିବ। ଏଥିରେ ୨୦ ଜଣ ଭାଗ ନେଇପାରିବେ। ଏଥିପାଇଁ ୨୫୦ ଟଙ୍କା ଦେଇ ଅନଲାଇନରେ ରେଜିଷ୍ଟ୍ରେସନ କରିବାକୁ ପଡିବ। ଏଥିରେ ୨୦ ଜଣ ବ୍ୟାଟେରୀ ଗାଡ଼ିରେ ନନ୍ଦନକାନନ ପରିଭ୍ରମଣ କରିପାରିବେ।